ଭାଙ୍ଗୁ ଭାଙ୍ଗୁ ରହିଗଲା ମେଣ୍ଟ

ନୂଆଦିଲ୍ଲୀ: ଭାଙ୍ଗୁ ଭାଙ୍ଗୁ ରହିଗଲା ମେଣ୍ଟ। ବଜେଟ୍‌କୁ ନେଇ ଏନ୍‌ଡିଏର ସହଯୋଗୀ ଦଳ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି) ଅସନ୍ତୋଷ ପ୍ରକାଶ କରିଥିଲା। ଅନୁଦାନକୁ ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜେପି ଉପରେ ଅସନ୍ତୋଷ ଜାହିର କରିଥିଲେ। ଏପରିକି     ବିଜେପିର ହାତ ଛାଡ଼ିବ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଆଜି ମୋନ ବଦଳି ଯାଇଛି। ବର୍ତ୍ତମାନ ପରିସ୍ଥିତିରେ ଦଳ ମେଣ୍ଟ କରିବ ନାହିଁ ବୋଲି ଜଣାପଡ଼ିଛି।   ୨୦୧୪ରେ ଏକାଠି ନିର୍ବାଚନ ଲଢ଼ିଥିଲେ ଟିଡିପି ଓ ବିଜେପି। ସ୍ୱତନ୍ତ୍ର ତେଲେଙ୍ଗାନା ଗଠନ ପରେ ଆନ୍ଧ୍ରପ୍ରଦେଶ ପାଇଁ ଦରକାର ଥିଲା ପର୍ଯ୍ୟାନ୍ତ ଆର୍ଥିକ ସହାୟତା।   ବିଶେଷ କରି ଅମରାବତୀରେ ରାଜଧାନୀ ପ୍ରତିଷ୍ଠା ଲାଗି ସବୁ ପ୍ରକାର ସହୟତା ଦେବାକୁ କେନ୍ଦ୍ର  ପ୍ରତିଶ୍ରୁତି ଦେଇଥିଲା ।  ଏହା ଭିତରେ ୪ ବର୍ଷ ବିତି ଯାଇଥିଲେ ମଧ୍ୟ ଆନ୍ଧ୍ରପ୍ରଦେଶକୁ ସେଭଳି ଆଖିଦୃଶିଆ ସହାୟତା ମିଳି ନ ଥିବା ଅଭିଯୋଗ କରିଛି ଟିଡିପି ।  ତେଣୁ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିଥିଲେ ଚନ୍ଦ୍ରବାବୁ ନାଇଡୁ ।  ଏପରିକି ମେଣ୍ଟ ଭାଙ୍ଗିବା ଯାଏ କଥା  ଯାଇଥିଲା।   ତେବେ ବର୍ତ୍ତମାନ ପାଇଁ ସେଭଳି ବଡ଼ ନିଷ୍ପତ୍ତି ନେବାରୁ ବିରତ ରହିଛି ଟିଡିପି ।  ବିଜେପି କହିଛି, ଯଦି କିଛି ସମସ୍ୟା ଅଛି, ତେବେ ଚନ୍ଦ୍ରବାବୁ ନାଇଡୁ, ମୋଦି କିମ୍ବା ଅମିତ ଶାହାଙ୍କ ସହିତ ଆଲୋଚନା କରିବା ଦ୍ୱାରା ସମାଧାନ ହେବ।