ଇନ୍‌ଷ୍ଟାଗ୍ରାମ୍‌ରେ ଏମିତି ଭିଡିଓ ପୋଷ୍ଟ୍ କରିଛନ୍ତି ଏହି ନେତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ନେତା ତଥା ପୂର୍ବତନ ମନ୍ତ୍ରୀଙ୍କ ଭିଡିଓକୁ ନେଇ ଏବେ ଜୋର୍ ଚର୍ଚ୍ଚା ଚାଲିଛି। ନେତା ଜଣଙ୍କ ନିଜେ ଏହି ଭିଡିଓ ପୋଷ୍ଟ୍ କରିଛନ୍ତି। ଭିଡିଓରେ ସେ ନିଜେ ମଧ୍ୟ ଅଛନ୍ତି।

ଉପର ଫଟୋ ଦେଖି ଆପଣ କିଛି ଅନ୍ଦାଜ୍ ଲଗାଇ ପାରୁଛନ୍ତି କି, ସେ କିଏ? ତାଙ୍କ ବାପା ବି ଜଣେ ବଡ଼ ନେତା। ସେ ମୁଖ୍ୟମନ୍ତ୍ରୀ ଥିଲେ। କେନ୍ଦ୍ର ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି।

ଏବେ ହୁଏତ ଆପଣମାନେ ଫଟୋରେ ଥିବା ନେତାଙ୍କୁ ଚିହ୍ନି ସାରିବେଣି। ସେ ହେଉଛନ୍ତି
ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ୍ ପ୍ରତାପ।

ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍ କରିଛନ୍ତି। ଏଥିରେ ସେ ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ସଜାଇଛନ୍ତି ଏବଂ ଗାଈଙ୍କ ସମ୍ମୁଖରେ ବଂଶୀ ବଜାଉଛନ୍ତି।

ଏ ଭିଡିଓ ପୋଷ୍ଟ୍ କରି ସେ ଲେଖିଛନ୍ତି, କୃଷ୍ଣଙ୍କ ବଂଶୀ ଯେକୌଣସି ସମୟରେ ବାଜିପାରେ… ଏହା ତାଙ୍କର ପ୍ରିୟ ଗାଈମାନେ ଜାଣିଥିଲେ… ଏଣୁ ସେମାନେ ସଦାବେଳେ ସଜାଗ ହୋଇ ରହୁଥିଲେ…

ସେ ଆହୁରି ବି ଲେଖିଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନ ଉଦାହରଣ ସୃଷ୍ଟି କରିଛି ବ୍ୟକ୍ତିର ଚିନ୍ତାଧାରା ବଦଳାଇବାରେ।

ଏହି ପୋଷ୍ଟ୍ ଉପରେ ଅନେକ ଲୋକ ଅନେକ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ତାଙ୍କଠାରୁ ବଂଶୀ ବଜାଇବା ଶିଖିବାକୁ ଚାହିଁଛନ୍ତି ତ ଆଉ କେହି ତାଙ୍କୁ ଗାଳି ମଧ୍ୟ କରିଛନ୍ତି।