ଭାରତୀୟ ବାୟୁସେନାରେ ସମରଅଭ୍ୟାସ ‘ଗଗନ ଶକ୍ତି’

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ସମରାଭ୍ୟାସ ଜାରି ରହିଛି।  ପଶ୍ଚିମବଙ୍ଗର କଲାଇକୁଣ୍ଡାରେ ଚାଲିଛି ଏହି ସମରାଭ୍ୟାସ। ଯାହାର ନାମ ରହିଛି ଗଗନ ଶକ୍ତି।

ଏହି ସମରାଭ୍ୟାସ ଆସନ୍ତା ୨୨ ତାରିଖ ଯାଏଁ ଚାଲିବ। ସମରାଭ୍ୟାସ ପାଇଁ ଏଠାରେ ପହଞ୍ଚିଛନ୍ତି ୩ ହଜାର ବାୟୁସେନା ଅଧିକାରୀ ଓ ୧୫ ହଜାର ଏୟାରମ୍ୟାନ୍‌। ହଜାର ହଜାର ଫୁଟ୍ ଉଚ୍ଚରୁ ତଳକୁ ଡେଇଁ ଏମାନେ ବିଭିନ୍ନ କଳାକୌଶଳ ଦେଖାଉଛନ୍ତି। ସମରାଭ୍ୟାସରେ ସ୍ଥଳସେନା ଓ ନୌସେନା ବି ସାମିଲ୍ ହୋଇଛି।