ତେଜସ୍ୱୀ ଯାଦବ ବିହାର ବିଧାନସଭାରେ ଆରଜେଡି ବିଧାୟକ ଦଳ ନେତା

ପାଟନା: ଲାଲୁ ପ୍ରସାଦ ଯାଦବ ତାଙ୍କ ପୁଅ ତଥା ବିହାରର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ବିହାର ବିଧାନସଭାର ଆରଜେଡି ବିଧାୟକ ଦଳର ନେତା ମନୋନୀତ କରିଛନ୍ତି। ସେହିପରି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀଙ୍କୁ ବିଧାନ ପରିଷଦରେ ଆରଜେଡିର ନେତା କରାଯାଇଛି। ଦଳୀୟ ନେତା ରାମଚନ୍ଦ୍ର ପୂର୍ବେ ଉଭୟ ବିଧାନସଭା ଓ ବିଧାନ ପରିଷଦକୁ ଏହି ସୂଚନା ଦେଇ ଦେଇଛନ୍ତି।

ବିହାର ବିଧାନସଭା ନିର୍ବାଚନରେ ବିଜୟ ପରେ ୧୩ ନଭେମ୍ୱରରେ ପାଟନାରେ ଆରଜେଡିର ବିଧାନସଭା ଓ ବିଧାନ ପରିଷଦର ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ଆରଜେଡିର ଅଧିକାଂଶ ବିଧାୟକ ଲାଲୁ ପ୍ରସାଦଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କୁ ବିଧାନସଭାରେ ବିଧାୟକ ଦଳର ନେତା କରିବାକୁ ପ୍ରସ୍ତାବ ରଖିଥିଲେ। ହେଲେ ବୈଠକରେ କୌଣସି ନିଷ୍ପତ୍ତି ହୋଇ ପାରି ନ ଥିଲା। ଏ ନେଇ ଶେଷ ନିଷ୍ପତ୍ତି ନେବାକୁ ଦଳର ସବୁ ବିଧାୟକ ଲାଲୁଙ୍କୁ କହିଥିଲେ।