ନିମ୍ନମାନ ଖାଦ୍ୟ ଅଭିଯୋଗ ଆଣିଥିବା ଯବାନଙ୍କୁ ଯୋଗାଯୋଗ କରିପାରୁନାହାନ୍ତି ପରିବାର ଲୋକ

ନୂଆଦିଲ୍ଲୀ: ନିମ୍ନମାନର ଖାଦ୍ୟ ଅଭିଯୋଗ କରିଥିବା ବିଏସ୍‌ଏଫ୍‌ ଯବାନ ତେଜ ବାହାଦୁରଙ୍କ ସହ ତାଙ୍କ ପରିବାର ଲୋକେ ଯୋଗାଯୋଗ କରିପାରୁ ନାହାନ୍ତି। ଏକଥା କହିଛନ୍ତି ତାଙ୍କ ପତ୍ନୀ ଶର୍ମିଲା। ସେ କହିବା ଅନୁଯାୟୀ ବିଏସ୍‌ଏଫ୍‌ ତାଙ୍କ ସ୍ୱାମୀଙ୍କ ଉପରେ ଲଗାଇଥିବା ଅଭିଯୋଗର ଆଧାର ନାହିଁ। ଯଦି ତାଙ୍କ ମୁଣ୍ଡ ଖରାପ ଥିଲା ତେବେ ତାଙ୍କୁ କିପରି ସୀମାରେ ମୁତୟନ କରାଯାଇଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ଖରାପ ଖାଦ୍ୟ ଦେଖାଇ ସେ ଠିକ୍‌ କରିଛନ୍ତି ବୋଲି ପତ୍ନୀ ଓ ପୁଅ କହିଛନ୍ତି। ଗତକାଲି ସନ୍ଧ୍ୟାଠାରୁ ସେମାନେ ତେଜବାହାଦୁରଙ୍କ ସାଙ୍ଗରେ ଆଉ କଥାବାର୍ତ୍ତା କରିପାରୁ ନଥିବାରୁ ଚିନ୍ତାରେ ଅଛନ୍ତି।