ମାଟି ତଳେ ଅଛି ଶିବଲିଙ୍ଗ: ଜାତୀୟ ରାଜପଥ ଖୋଳି ପକାଇଲେ ଯୁବକ, ତାପରେ କ’ଣ ହେଲା?

ହାଇଦ୍ରାବାଦ:ତେଲେଙ୍ଗାନରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଦେବ। ଆଜି ଦୁନିଆରେ ଏମିତି ଲୋକ ଅଛନ୍ତି ଯିଏ ସ୍ୱପ୍ନକୁ ସତ ବୋଲି ମାନି ଏଭଳି କାଣ୍ଡ କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଲକ୍ଷ୍ମଣ ମନୋଜ ନାମକ ଜଣେ ୩୦ ବର୍ଷିୟ ଯୁବକ ଶିବଲିଙ୍ଗ ପାଇଁ ତେଲେଙ୍ଗାନାର ଜାତୀୟ ରାଜପଥକୁ ଖୋଳି ପକାଇଛନ୍ତି। ଫଳରେ ରାସ୍ତାର ଉଭୟ ପଟରେ ଟ୍ରାଫିକ୍‌ ଜାମ ଭଳି ସମସ୍ୟା ସୃଷ୍ଟି ହୋଇଥିଲା।

ସମ୍ପୃକ୍ତ ବ୍ୟକ୍ତିଙ୍କ କହିବା କଥା ଯେ ଜାତୀୟ ରାଜପଥର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଏକ ଶିବଲିଙ୍ଗ ରହିଥିବା ନେଇ ସେ ସ୍ୱପ୍ନ ଦେଖିଥିଲେ। ଏବଂ ସେ କହିଥିଲେ ଯେ ଭଗବାନ ଶିବ ତାଙ୍କୁ ସେଠାରେ ଏକ ମନ୍ଦିର ତିଆରି କରିବା ପାଇଁ କହିଛନ୍ତି। ମନୋଜ ଦାବି କରିଥିଲେ ଯେ ସେ ଏହି ସ୍ୱପ୍ନ ୩ବର୍ଷ ହେଲା ଦେଖି ଆସୁଛନ୍ତି। ତେଣୁ ଏଠାରେ ଏକ ମନ୍ଦିର ତୋଳିବା ପାଇଁ ଲୋକମାନେ ତାଙ୍କୁ ସହାୟତା କରନ୍ତୁ ବୋଲି ଅନୁରୋଧ କରିଥିଲେ। ଖବର ମୁତାବକ ପ୍ରତ୍ୟେକ ସୋମବାର ମନୋଜ ଏଠାରେ ଆସି ପୂଜା କରିଥାନ୍ତି।

ଏକ ଇଂରାଜି ସମ୍ବାଦପତ୍ର ଅନୁସାରେ ଗାଁ ଲୋକଙ୍କ ସହାୟତାରେ ମନୋଜ ଜାତୀୟ ରାଜପଥକୁ ୨୦ଫୁଟ୍‌ ଖୋଳି ପକାଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିଲା। ଅନ୍ୟପଟେ ରାଜପଥ ଖୋଳାଯିବା ପରେ ଶହ ଶହ ସଂଖ୍ୟାର ଗାଡି ଅଟକି ରହିଥିଲା। ଜାତୀୟ ସମ୍ପତ୍ତି ନଷ୍ଟ କରିଥିବାରୁ ମନୋଜ ଓ ରାସ୍ତା ଖୋଳାରେ ଅନ୍ୟ ଯେଉଁମାନେ ସମିଲ୍‌ ଥିଲେ ସେମାନଙ୍କ ନାଁରେ ପୋଲିସ ମାମଲା ରୁଜୁ କରିଛି।