ବିସ୍ମୟ! ୧୧ବର୍ଷରେ ଦେଲେ ଯୁକ୍ତଦୁଇ ପରୀକ୍ଷା

ହାଇଦ୍ରାବାଦ: ତେଲଙ୍ଗାନାର ପ୍ରଥମ ବାଳକ ଭାବେ ଅଗସ୍ତ୍ୟ ଜଶୱାଲ ନୂଆ ଇତିହାସ ରଚିଛନ୍ତି। ରାଜ୍ୟର ପ୍ରଥମ ବାଳକ ଭାବେ ମାତ୍ର ୧୧ବର୍ଷ ବୟସରେ ସେ ଯୁକ୍ତଦୁଇ ଦ୍ୱିତୀୟ ବର୍ଷର ପରୀକ୍ଷା ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ହାଇଦ୍ରାବାଦର ସେଣ୍ଟ ମେରିସ୍ କଲେଜରେ ପଢୁଥିବା ଅଗସ୍ତ୍ୟ ମାତ୍ର ୯ବର୍ଷ ବୟସରେ ୧୦ମ ପରୀକ୍ଷା ଦେଇ ଚର୍ଚ୍ଚାକୁ ଆସିଥିଲେ । ଅଗସ୍ତ୍ୟଙ୍କ ଆଉ ଜଣେ ଭାଇ ତଥା ଟେବୁଲ ଟେନିସ୍‌ ଖେଳାଳି  ନୈନ୍ୟ ଜଶୱାଲ ଦେଶର ସବୁଠୁ କମ୍ ବୟସର ଖେଳାଳି ଭାବେ ପିଏଚ୍‌ଡି  କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କୁ ଏବେ ମାତ୍ର ୧୬ ବର୍ଷ ହୋଇଛି। ସେ ତାଙ୍କ ମାଷ୍ଟର ଡିଗ୍ରୀ  ଓସମାନିଆ ବିଶ୍ୱବିଦ୍ୟାଳୟରୁ ମାତ୍ର ୧୫ ବର୍ଷ ବୟସରେ ହାସଲ କରିଥିଲେ।