ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଯଜ୍ଞ ସ୍ଥଳୀରେ ଲାଗିଲା ନିଆଁ

ହାଇଦ୍ରାବାଦ: ସର୍ବସାଧାରଣଙ୍କ ମଙ୍ଗଳ ଓ ଶାନ୍ତି ଉଦ୍ଦେଶ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମେଡକ ଜିଲ୍ଲା ଅନ୍ତର୍ଗତ ଇରାଭେଲି ଗାଁରେ ତାଙ୍କ ଫାର୍ମ ହାଉସରେ ୫ ଦିନ ହେଲା କରୁଥିବା ଯଜ୍ଞରେ ରବିବାର ଘଟିଥିଲା ଅଘଟଣ। ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ବେଳେ ଯଜ୍ଞ ସ୍ଥଳରେ ନିଆଁ ଲାଗି ଯାଇଥିଲା। ଯଜ୍ଞ ମଣ୍ଡପରୁ ନିଆଁ ଲାଗି ଯାଇଥିଲା। ପୋଲିସ୍ ପକ୍ଷରୁ କୁହାଯାଇଛି ଯେ ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରାଯାଇଥିଲା। ଏଥିରେ କେହି ଆହତ ହୋଇ ନାହାନ୍ତି।

ଆଜି ରାଷ୍ଟ୍ରପତି ଏହି ଯଜ୍ଞରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଏହି ଅଗ୍ନିକାଣ୍ଡ ପରେ ତାଙ୍କ ଗସ୍ତକୁ ବାତିଲ କରି ଦିଆଯାଇଥିଲା।

ଆଜି ସକାଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ଏହି ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ଥିଲା ଏହି ଯଜ୍ଞର ଶେଷ ଦିବସ।