ମହଙ୍ଗା ହୋଇପାରେ ଟିଭି, ଫ୍ରିଜ୍‌ ଓ ମୋବାଇଲ; ଯଦି ସରକାର ନିଅନ୍ତି ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି। ତେବେ ଆଜି ଘୋଷଣାରେ ଇଲେକ୍‌ଟ୍ରୋନିକ୍‌ ସାମଗ୍ରୀର ମୂଲ୍ୟ ବୃଦ୍ଧି ନେଇ ଖବର ଆସିପାରେ।  ମୁଖ୍ୟତଃ ଟିଭି, ଫ୍ରିଜ୍‌ ସହ ଅନ୍ୟ ସାମଗ୍ରୀ ଗୁଡ଼ିକ ମହଙ୍ଗା ହୋଇପାରେ। ହେଲେ ଏହା ସରକାଙ୍କ ଗୋଟିଏ ନିଷ୍ପତ୍ତି ଉପରେ ନିର୍ଭର କରୁଛି।  ଯଦି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଇଲେକ୍‌ଟ୍ରୋନିକ୍‌  ସାମଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବଢାନ୍ତି ତେବେ ଏସବୁ ସାମଗ୍ରୀର ଦର ବୃଦ୍ଧି ହୋଇପାରେ। ଯେବେଠାରୁ ମୋଦି ସରକାର ଶାସନକୁ ଆସିଲେଣି ସେବେଠୁ  ସେ ଲଗାତାର ମେକ ଇନ୍‌ ଇଣ୍ଡିଆ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି।  ଏହି ମେକ୍‌ ଇନ୍ ଇଣ୍ଡିଆ ମାଧ୍ୟମରେ ସରକାରଙ୍କ ଫୋକସ ଦେଶର ମାନ୍ୟୁଫେକ୍ଚରିଂ ଉପରେ ରହିଛି।

ତେଣୁ ଏଥର ବଜେଟରେ ସରକାର  ମୁଖ୍ୟତଃ ଇଲୋଟ୍ରୋନିକ୍‌ ସମାଗ୍ରୀ ଉପରେ କଷ୍ଟମ ଡ୍ୟୁଟି ବୃଦ୍ଧି କରିପାରନ୍ତି। ଫଳରେ ଟିଭି, ଫ୍ରିଜ୍‌, ମୋବାଇଲ ଏବଂ ଲାପଟପ୍‌ର ଦାମ ବଢିପାରେ। କାରଣ କଷ୍ଟମ ଡ୍ୟୁଟି ବଢିଲେ ଏହି ସବୁ ସାମଗ୍ରୀ ଗୁଡ଼ିକ ଉପରେ ଆମଦାନୀ ଖର୍ଚ୍ଚ ବଢିଯିବ। ତେଣୁ ସମ୍ପୃକ୍ତ କମ୍ପାନୀ ଗୁଡ଼ିକ ଏହି ସମାଗ୍ରୀ ଗୁଡ଼ିକୁ ବୃଦ୍ଧି କରିବେ।  ଏହି ଶୁଳ୍କକୁ ନେଇ ଗତ ବର୍ଷ ମାର୍ଚ୍ଚ ମାସରୁ ଚର୍ଚ୍ଚା ହୋଇ ଆସୁଥିଲା।  ତେଣୁ ଗତ ବର୍ଷ ଜୁଲାଇ ୧ରେ  ମୋବାଇଲ ଉପରେ ୧୦ ପ୍ରତିଶତ କଷ୍ଟମ ଡ୍ୟୁଟି ବୃଦ୍ଧି କରିଥିଲେ ସରକାର। ପରେ ୧୪ ଡିସେମ୍ବରରେ ଏହି ଶୁଳ୍କକୁ  ୧୫ ପ୍ରତିଶତ ଅଧିକ ବଢାଇଦେଇ ଥିଲେ। ମୁଖ୍ୟତଃ କେନ୍ଦ୍ର ସରକାର ମେକ ଇନ୍‌ ଇଣ୍ଡିଆ ମାଧ୍ୟମରେ ବିଦେଶ କମ୍ପାନୀ ଗୁଡ଼ିକୁ  ଭାରତରେ ନିର୍ମାଣ ପାଇଁ  ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ତେଣୁ ସରକାର କଷ୍ଟମ ଡ୍ୟୁଟି ବୃଦ୍ଧି କରିବା ଉପରେ ନିଷ୍ପତ୍ତି ନେଇ ପାରନ୍ତି।