ପ୍ରଧାନମନ୍ତ୍ରୀ ମୋଦୀ ଅବୁଧାବିରେ ହିନ୍ଦୁ ମନ୍ଦିର ଲାଗି ଭୂମିପୂଜା କଲେ

ଦୁବାଇ:  ୟୁଏଇ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୟୁଏଇର ରାଜଧାନୀ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିର ନିର୍ମଣ ଲାଗି ଭୂମିପୂଜା କରିଛନ୍ତି।  ଭିଡିଓ କନ୍ଫରେନ୍ସିଂ ଜରିଆରେ ମୋଦି ଏହି ହିନ୍ଦୁ ମନ୍ଦିରର ଶିଳାନ୍ୟାସ କରିଛନ୍ତି। ଦିଲ୍ଲୀର ଅକ୍ଷରଧାମ ମନ୍ଦିର ଶୈଳୀରେ ଏହାକୁ ନିର୍ମାଣ କରାଯିବାକୁ ଯୋଜନା କରାଯାଇଛି। ୨୦୨୦ ସୁଦ୍ଧା ଏହାର ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରହିଛି। ଦୁବାଇରେ ହିନ୍ଦୁ ମନ୍ଦିର ଥିଲେ ବି ଆବୁଧାବିରେ କୌଣସି ମନ୍ଦିର ନ ଥିଲା। ଭାରତର ୩୦ ଲକ୍ଷ ବଂଶୋଦ୍ଭବ ସେଠାକାର ବାସୀନ୍ଦା। ତେଣୁ ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ୧୨୫ କୋଟି ଭାରତୀୟଙ୍କ ତରଫରୁ ଅବୁଧାବୀର ମହମ୍ମଦ ବୀନ ଜାୟଦ ଅଲ ନାହୟାନର କ୍ରାଉନ୍‌ ପ୍ରିନ୍ସକୁ  ଧନ୍ୟବାଦ ଦେଇଛନ୍ତି।

ଏହାପରେ ମୋଦି ଦୁବାଇରେ ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଭାରତର ଜୟ ଜୟକାର କରିଛନ୍ତି। ବିଶ୍ୱର ଉନ୍ନତ ଦେଶ ତାଲିକାରେ ଭାରତ ଥିବା କହିଛନ୍ତି।