ସ୍ୱାଧୀନତା ଦିବସରେ ଅମୃତସର ଓ ଫିରୋଜପୁର ଜେଲ୍‌ ଉପରେ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ଯୋଜନା

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସରେ ପଞ୍ଜାବର ଅମୃତସର ଓ ଫିରୋଜପୁର ଜେଲ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଯୋଜନା କରୁଛନ୍ତି। ଏ ସଂପର୍କରେ  ଗୁଇନ୍ଦା ବିଭାଗ ପକ୍ଷରୁ  ସୂଚନା ମିଳିବା ପରେ ସମଗ୍ର ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି।  ଆତଙ୍କବାଦୀ ସଂଗଠନ ୧୩,୧୪ ଓ ୧୫ ତାରିଖରେ ଏହି ଦୁଇଟି ସ୍ଥାନରେ ଆତ୍ମଘାତୀ ଆକ୍ରମଣ କରିବାକୁ ଯୋଜନା କରୁଥିବା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏକ ବିଶେଷ ସୂତ୍ରରୁ ଖବର ମିଳିଛି ଯେ, ତହରିକ-ଏ-ତାଲିବାନ ଫଜଲୁଲ୍ଲା ଗ୍ରୁପ ଏହି ଦୁଇ ସ୍ଥାନରେ ଆକ୍ରମଣ କରିବା ପାଇଁ ଯୋଜନା କରୁଛି। ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁଇଟି ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।