ପଶି ଆସିଛନ୍ତି ୨୦ ଆତଙ୍କବାଦୀ! ସତର୍କ ଅଛନ୍ତି ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଭାରତର ସୀମା ଭିତରକୁ ୨୦ରୁ ଅଧିକ ସନ୍ଦିଗ୍ସ ଲସ୍କର-ଇ-ତୋଇବା ଆତଙ୍କବାଦୀ ପଶି ଆସିଥିବା ସନ୍ଦେହ କରାଯାଉଛି।  ଏଥିପାଇଁ ମେଟ୍ରୋ, ବିମାନ ବନ୍ଦର ଓ ରେଳ ଷ୍ଟେସନରେ ଆତଙ୍କବାଦ ନିରୋଧ ପଦକ୍ଷେପ ନିଆଯାଇଛି।  ଆତଙ୍କବାଦୀମାନେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ଆତଙ୍କ ସୃଷ୍ଟି କରିବାର ଆଶଙ୍କା ରହିଛି।

ସେମାନେ ମେଟ୍ରୋ ରେଳ ଷ୍ଟେସନ, ଏୟାରପୋର୍ଟ, ହୋଟେଲ, ମାର୍କେଟ, ଧାର୍ମିକପୀଠ ଓ ଷ୍ଟାଡିୟମକୁ ଟାର୍ଗେଟ କରିପାରନ୍ତି।  ଆତଙ୍କବାଦୀମାନେ ଭାରତ ଭିତରକୁ ପଶିବା ପରେ ଛୋଟ ଛୋଟ ଗ୍ରୁପରେ ଭାଗ ହୋଇଯାଇଛନ୍ତି।

ଏମାନେ ସମସ୍ତେ ପାକିସ୍ତାନର ଆଇଏସ୍‌ଆଇ ଦ୍ୱାରା ତାଲିମ ନେଇଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି।  ଆତଙ୍କବାଦୀମାନେ ମୁମ୍ବାଇ ଓ ଦିଲ୍ଲୀର ମେଟ୍ରୋକୁ ଟାର୍ଗେଟ କରିପାରନ୍ତି।  ଏଥିସହ  ସୀମାନ୍ତ ରାଜ୍ୟ ପଞ୍ଜାବ ଓ ରାଜସ୍ଥାନକୁ ମଧ୍ୟ ଆତଙ୍କବାଦୀମାନେ ଟାର୍ଗେଟ କରିଥିବା ଜଣାପଡିଛି।  ଏଥିପାଇଁ ପୋଲିସକୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।