ହସ୍ପିଟାଲ ଉପରେ ଆକ୍ରମଣ କରି ସାଥୀ ଆତଙ୍କବାଦୀଙ୍କୁ ଛଡାଇ ନେଲେ: ଜଣେ ପୋଲିସ କର୍ମଚାରୀ ସହିଦ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀର ରାଜଧାନୀ ଶ୍ରୀନଗରର ମହାରାଜା ହରିସିଂ ହସ୍ପିଟାଲ ଉପରରେ ଆତଙ୍କବାଦୀ ଏକ ବଡ଼ ଧରଣର ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ପୋଲିସ୍‌ କର୍ମଚାରୀ ସହିଦ ହୋଇଥିବା ବେଳେ ଅନ୍ୟ ୨ଜଣ ଆହତ ହୋଇଛନ୍ତି। ଘଟଣା ପରେ ସମ୍ପୂର୍ଣ୍ଣ ହସ୍ପିଟାଲକୁ ସୁରକ୍ଷାବାହିନୀ ଘେରି ରହିଛନ୍ତି।

ମିଳିଥିବା ସୂଚନା ମୁତାବକ, ୬ଜଣ ଆତଙ୍କବାଦୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲ ଅଣାଯାଇଥିଲା। ସେମାନଙ୍କ ମଧ୍ୟରେ ପାକିସ୍ତାନୀ କଏଦୀ ନଭିଦ ଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଥିବା ବେଳେ ସେମାନଙ୍କ ସହଯୋଗୀ ହସ୍ପିଟାଲ ଉପରକୁ ‌ଆକ୍ରମଣ କରିଥିଲେ। ଘଟଣା ପରେ ନଭିଦ୍ ଫେରାଇ ହୋଇଯାଇଛି।

କିଛିମାସ ତଳେ ସୋପିଆ ଜିଲ୍ଲାରୁ ନଭିଦଙ୍କୁ ଗିରଫ କରିଥିଲା ପୋଲିସ। ‌ଆତଙ୍କବାଦୀ ଗତିବିଧିରେ ସଂପୃକ୍ତ ଥିବା ନେଇ ନଭିଦ୍ ଉପରେ ଅଭିଯୋଗ ରହିଛି। ଆତଙ୍କବାଦୀମାନେ ନଭିଦକୁ ଖସାଇ ନେବାକୁ ଏହି ଆକ୍ରମଣ କରିଥିବା ଅନୁମାନ କରାଯାଉଛି।