ଆମ୍ବୁଲାନ୍ସରେ ଆସି ଆତଙ୍କ ମଚାଇଲେ: ୯୫ ମୃତ, ୧୫୮ ଆହତ  

ନୂଆଦିଲ୍ଲୀ: ଆତଙ୍କୀଙ୍କ ଆକ୍ରମଣରେ ଥରହର ଆଫଗାନିସ୍ତାନ ରାଜଧାନୀ କାବୁଲ। ସପ୍ତାହେ ନପୁରୁଣୁ ପୁଣି ଥରେ ଦୋହଲିଛି କାବୁଲ।  ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ଆକ୍ରମଣକୁ ସପ୍ତାହେ ନ ପୁରୁଣୁ ଘଟିଛି ଆଉ ଏକ ଆତଙ୍କୀ ହମଲା।  ଦିନ ଦ୍ୱିପହରରେ କାବୁଲର ପୁରୁଣା ମନ୍ତ୍ରଣାଳୟ ବିଲିଂ ନିକଟରେ ହୋଇଛି ବିସ୍ଫୋରଣ।  ଏଥିରେ ମୃତ୍ୟୁ ସଂଖ୍ୟା ୯୫ରେ ପହଞ୍ଚିଛି। ୧୫୮ରୁ ଅଧିକ ଲୋକ ଆହତ ହୋଇଛନ୍ତି।  ଆଜି ସକାଳେ ସହରକୁ ପ୍ରବେଶ କରିଥିଲା ଏକ ଆମ୍ବୁଲାନ୍ସ  । ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ସହରର ମଧ୍ୟ ଭାଗରେ ପଶିଥିଲା ଆତଙ୍କୀଙ୍କ ଏହି ଗାଡ଼ି। ତେବେ ଦୁଇ ଦୁଇଟି ଗେଟ୍ ପାର କରି ନିକଟରେ ଥିବା ଏକ ହସ୍ପିଟାଲ ନିକଟରେ ବିସ୍ଫୋରଣ ହୋଇଥିଲା।  ଘଟଣା ପାଇଁ ତାଲିବାନ ସଂଗଠନ ନିଜକୁ ଦାୟୀ କରିଛି । ଘଟଣା ପରେ ସମ୍ପୁର୍ଣ୍ଣ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।  କାବୁଲର ଏହି ପୁରୁଣା ଅଞ୍ଚଳକୁ ତାଲିବାନ୍ ଏବଂ  ଆଇ୍ଏସ୍ଆଇଏସ୍ ନିଜ ଅଧିକାର ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଛନ୍ତି ।