ବାୟା କଲା କାଶ୍ମୀରି ଝିଅର ପ୍ରେମ, ପ୍ରେମପତ୍ର ପଢୁ ପଢୁ ପାଲଟି ଗଲା ଆତଙ୍କବାଦୀଙ୍କ ଗୁପ୍ତଚର

କାଶ୍ମୀରି ଝିଅ ପ୍ରେମରେ ପଡି ପ୍ରେମିକ ସାଜିଲା ଆତଙ୍କବାଦୀ। ପ୍ରେମିକା ଚିଠି ପଢୁ ପଢୁ ପାଲଟିଗଲା ଗୁପ୍ତଚର। ପ୍ରେମରେ ଅନ୍ଧ ହୋଇ ନିଜକୁ ହଜାଇ ଦେଲା ଆତଙ୍କବାଦର କଳା ସମ୍ରାଜ୍ୟରେ। ଶେଷରେ ପୋଲିସ ହାତରେ ଧରାପଡି ଜେଲ ଗଲା ପ୍ରେମିକ। ଘଟଣାଟି ହେଉଛି ଜାମ୍ମୁ-କାଶ୍ମୀରରେ। ସୋମବର ଜାମ୍ମୁ-କାଶ୍ମୀର ପୋଲିସ ସନ୍ଦୀପ ଶର୍ମା ନାମକ ଏକ ଯୁବକକୁ ଗରିଫ କରିଛି। ସନ୍ଦିପ ଲସ୍କର-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନରେ ସାମିଲ ହେବାର ଖବର ପାଇବା ପରେ ପୋଲିସ ତାକୁ ଗିରଫ କରିଥିଲା। ଗିରଫ କରିବା ପରେ ସନ୍ଦୀପକୁ ଉତ୍ତରପ୍ରଦେଶର ଆଣ୍ଟି ଟେରର ସ୍କ୍ୱାର୍ଡ (ATS) ପକ୍ଷରୁ ଜେରା କରାଯାଇଥିଲା। ଜେରା ପରେ ସନ୍ଦୀପ ଯେଉଁ ବୟାନ ଦେଇଥିଲା ସେଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲା ଉତ୍ତରପ୍ରେଦଶ ପୋଲିସ।

ସନ୍ଦୀପ ବୟାନରେ ତା ଜୀବନର ସମସ୍ତ ଇତିକଥା କହିଥିଲା ପୋଲିସକୁ। ବାପା ମରିଯିବା ପରେ ଜଣେ ଅସାମାଜିକ ଯୁବକ ପାଲରେ ପଡି ସନ୍ଦୀପ କାମ ଖୋଜିବା ଆଶାରେ  ମୁଜାଫର ନଗରରୁ କାଶ୍ମୀର ଚାଲିଆସିଥିଲା। ସେଠାରେ ଏକ କାଶ୍ମୀର ଝିଅ ପ୍ରେମରେ ପଡି ତାକୁ ବାହା ହେବାକୁ ଚାହିଁଥିଲା। କିନ୍ତୁ ଝିଅ ଘର ଲୋକ ପ୍ରେମ ବଦଳରେ କରିଥିଲେ ଧର୍ମର ସୌଉଦା। ଝିଅକୁ ବାହା ହେବାକୁ ହେଲେ ପ୍ରଥମେ ଧର୍ମ ପରିବର୍ତ୍ତନ କରିବା ସହିତ ଜିହାଦରେ ସାମିଲ ହେବାକୁ ପଡିବ ବୋଲି ସନ୍ଦୀପକୁ ବାଧ୍ୟ କରିଥିଲେ ଝିଅର ପରିବାର। ସନ୍ଦୀପ ମଧ୍ୟ ଧର୍ମ ପରିବର୍ତ୍ତନ କରି ପାଲଟିଗଲା ଅଦିଲ। ପରେ ସର୍ତ୍ତ ମୁତାବକ ଯୋଗ ଦେଲା ଦୁର୍ଦ୍ଦଶ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା ଟିମରେ। ସେଠାରେ ଅସ୍ତ୍ରଶସ୍ତ୍ର ଚଳାଇବାର ଟ୍ରେନିଂ ନେଉଥିଲା ସନ୍ଦୀପ। ଦୁର୍ଗମ ପାହାଡିଆ ଅଞ୍ଚଳରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ଏହି ଆତଙ୍କବଦୀ ସଙ୍ଗଠନର ଡ୍ରାଇଭର ଭାବେ କାମ ବି କରୁଥିଲା। ଜେରା କରିବା ପରେ ସନ୍ଦୀପ ଏସବୁ ବୟାନ ଦେଇଥିବା ଉତ୍ତରପ୍ରଦେଶ ପୋଲିସ କହିଛି।

ଶେଷରେ ଅପକର୍ମର ଫଳ ସ୍ୱରୂପ ପୋଲିସ ହାତରେ ଧରା ପଡିଲା ସନ୍ଦୀପ। ପ୍ରେମ କେବେ ରକ୍ତପାତର ଭାଷା କହେ ନାହିଁ। ଦେଖାଏ ନାହିଁ ହିଂସାର ବାଟ। କେତେକ ଲୋକ ନିଜର ମନ୍ଦ ଉଦ୍ଦେଶ୍ୟ ସାଧନ ପାଇଁ  ଆପଣେଇ ନିଅନ୍ତି କୁକର୍ମର ରାସ୍ତା। କିନ୍ତୁ ସେ ପ୍ରେମ ହେଉ କିମ୍ବା ଆଉ କିଛି ସବୁ ଅପକର୍ମର ପରିଣାମ ଖରାପ ହୋଇଥାଏ। ଏହାକୁ ଆମେ ବୁଝିନେବା ଦରକାର।