ଓଃ କି ଜଘନ୍ୟ! ୟୁନିଭର୍ସିଟି ହଷ୍ଟେଲରେ ନିଆଁ ଲଗାଇ ଦେଲେ

ଇସଲାମ୍‌ବାଦ: ପାକିସ୍ତାନର ପେଶାୱାର ସ୍ଥିତ କୃଷି ବିଶ୍ୱବିଦ୍ୟାଳୟ ପରିସରରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଆକ୍ରମଣ କରି ନିଆଁ ଲଗାଇ ଦେଇଛନ୍ତି। ପାକିସ୍ତାନର ବିଭିନ୍ନ ଗଣମାଧ୍ୟମ ଏନେଇ ଟ୍ୱିଟ୍‌ କରିଛନ୍ତି।

ଦୁଇ ଦିନ ଭିତରେ ପାକିସ୍ତାନରେ ଏହା ହେଉଛି ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣ। ଗତକାଲି ପାକିସ୍ତାନର ଉତ୍ତର-ପଶ୍ଚିମାଞ୍ଚଳରେ ବଡ଼ଧରଣର ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ଜଣେ ଶିକ୍ଷକଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଥିଲା। ଆକ୍ରମଣ ପଛରେ ତାଲିବାନର ହାତ ଥିବା ସନ୍ଦେହ କରାଯାଉଛି।