ଜମ୍ମୁ ଓ କାଶ୍ମୀରରେ ପୁଣି ଆତଙ୍କବାଦୀ ହମ୍‌ଲା

ଜମ୍ମୁ ଓ କାଶ୍ମୀର: ଶନିବାର ହିନ୍ଦୱାଡା ଠାରେ ଭାରତୀୟ ଯବାନ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଯବାନ ସହିଦ ହେବା ସହ ଦୁଇ ଆତଙ୍କବାଦୀଙ୍କର ମ଼ୃତ୍ୟୁ ହୋଇଛି। ସୀମାର ନୌଗାମା ସେକ୍ଟରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିବା ବେଳେ ଏହି ଗୁଳି ବିନିମୟ ହୋଇଥିଲା। ତେବେ ଏଥିରେ କେତେକ ଆତଙ୍କବାଦୀ ପାଖ ଜଙ୍ଗଲରେ ଲୁଚିଥିବା ସେନା ପକ୍ଷରୁ ସନ୍ଦେହ କରାଯିବା ସହ ଅପରେସନ୍‌ ଚାଲିଥିବା କୁହାଯାଇଛି।