ଜାମୁ ଓ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ: ୩ ଆତଙ୍କବାଦୀ ନିହତ, ଜଣେ ପୋଲିସ କର୍ମୀ ସହିଦ

ଜାମୁକାଶ୍ମୀର:ଶନିବାର ସନ୍ଧ୍ୟାରେ କୁଲଗାମ ମୀର୍‌ ବଜାର ନିକଟରେ ଆତଙ୍କବାଦୀ ଓ ପୋଲିସ କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ପୋଲିସ କର୍ମୀ ସହିଦ ହେବା ସହ ୩ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ପୋଲିସ ସଡକ ଦୁର୍ଘଟଣାର ତଦନ୍ତ କରୁଥିବା ସମୟରେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିବା ବେଳେ ପୋଲିସ ପାଲଟା ଜବାବ ଦେଇଥିଲା । ଯେଉଁଥିରେ ୩ଜଣ ଆତଙ୍କବାଦୀଙ୍କର ମୃତୁ ହୋଇଛି। ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଲସ୍କର-ଇ-ତୋଇବାର ଫୈୟାଜ ଅହମଦ ଐଶ୍ୱର୍‌ ବୋଲି ଜଣାପଡିଛି। ଉଦ୍ଧମପୁର ଆଥଙ୍କବାଦୀ ଆକ୍ରମଣରେ ଫୈୟାଜ ସାମିଲ ରହିଥିବା ବେଳେ 20015ରୁ ସେ ଫେରାର ଥିଲା।

news and Picture Courtesy-news18