ସେନା ଉପରେ ଆତ୍ମଘାତୀ ହମ୍‌ଲା: ୮ ଯବାନ ସହିଦ୍‌, ୩ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ, (ଓଡ଼ିଶା ରିପୋର୍ଜଟର): ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ  ଆତ୍ମଘାତୀ ବିସ୍ଫୋରଣ। ପୁଲୱାମାରେ ଶନିବାର ହୋଇଥିବା ହମ୍‌ଲାରେ ୮ ଜଣ ଯବାନ ସହିଦ ହୋଇଛନ୍ତି।  ଦକ୍ଷିଣ କଶ୍ମୀରରେ ଏହି ଘଟଣା ଘଟିଥିବା ବେଳେ ଏଥିରେ ୫ ଜଣ ଆହତ ହୋଇଛନ୍ତି। ତେବେ ସେନାର ପାଲଟା ଆକ୍ରମଣରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଆତଙ୍କବାଦୀମାନେ ଆଜି ସକାଳେ  ପୁଲିସ ଲା‌ଇନ୍ସ ଉପରେ ଅଚାନକ ଆକ୍ରଣ କରିଥିଲେ। ଏପରିକି ସେନା ଉପରକୁ ଗ୍ରେନେଡମାଡ କରିଥିବା ଜଣାପଡ଼ିଛି। ପରେ ଆଜି ଦିନ ତମାମ ଗୁଳିବିନିମୟ ଜାରି ରହିଥିଲା। ଏଥିରେ ଭାରତର ୮ଜଣ ଯବାନ ସହିଦ ହୋଇଥିବା ବେଳେ ପ୍ରତିଆକ୍ରମଣରେ ୩ଜଣ  ଆତଙ୍କବାଦୀ ନିହତ ହୋଇଛନ୍ତି। ସହିଦଙ୍କ ମଧ୍ୟରେ ୪ ସିଆରଫିଏଫ ଯବାନ  ଏବଂ ୪ ପୋଲିସ ଅଛନ୍ତି।

ପ୍ରଥମେ ତିନିଜଣ ଆତଙ୍କବାଦୀମାନେ ଡିଷ୍ଟ୍ରିକ୍ଟ ପୁଲିସ ଲାଇନ୍ସ ବିଲଡିଂ ଭିତରେ ଲୁଚି ରହିଥିବା ଖବର ପାଇବା ପରେ ସେନା ପକ୍ଷରୁ ଆକ୍ରମଣ କରାଯାଥିଲା।  ଆତଙ୍କବାଦୀଙ୍କୁ ବାହାର କରିବା ପାଇଁ ଅପରେସନ୍‌ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ।  ଉଭୟ ପକ୍ଷରୁ ଗୁଳି ବିନିମୟ ଏବେ ବି ଜାରି ରହିଛି।