ପୁଣି ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କଲା ସେନା: ଅପରେସନ୍‌ ଅଲ୍‌ଆଉଟ୍‌ ସଫଳ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଜମ୍ମୁ-କାଶ୍ମୀରର ଅମରଗଢ଼ ଠାରେ  ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ କହିବା ଅନୁସାରେ ଆତଙ୍କବାଦୀମାନେ ସେଠାରେ ଏକ ଘରେ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀ ଅପରେସନ ଆରମ୍ଭ କରିଥିଲେ। ଗୁଳିବିନିମୟରେ ତିନି ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି। ଆତଙ୍କବାଦୀ ମାନଙ୍କ ଠାରୁ ୩ ଟି ଏକେ-୪୭ ବନ୍ଧୁକ ଜବତ କରାଯାଇଛି। ଏହି ଅପରେସନ୍‌ରେ ଜାମ୍ମୁ କାଶ୍ମୀର ପୁଲିସର ଜଣେ ଜବାନ ମଧ୍ୟ ଆହତ ହୋଇଛନ୍ତି।  ଏହାର ଦୁଇଦିନ ପୂର୍ବରୁ  ଆତଙ୍କବାଦୀ ଓ ସେନ ମଧ୍ୟରେ ଗୁଳି ବିନିମୟ ଫଳରେ  ୬୨ ରାଷ୍ଟ୍ରିୟ ରାୟଫଲର ମେଜର କମଲେସ ପାଣ୍ଡେ ଓ ଅନ୍ୟ ଜଣେ ଜବାନଙ୍କର  ମୃତ୍ୟୁ ହୋଇଥିଲା। ଅନ୍ୟପଟେ ମଙ୍ଗଳବାର ଦିନ ପୁଲୱାମ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କାଶ୍ମୀର ମୁଖ୍ୟ ଅବୁଦୁଜାନଙ୍କ ସମେତ ଆଉ ଦୁଇଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିଲା। ସେନା ପକ୍ଷରୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଏବେ ଅପରେସନ ଅଲଆଉଟ ଚାଲିଛି।