ଯବାନଙ୍କୁ ଉଠାଇ ନେଲେ ଆତଙ୍କବାଦୀ

ପୁଲୱାମା: ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାରେ ସେନାର ଜଣେ ଯବାନଙ୍କୁ ଆଜି ଆତଙ୍କବାଦୀମାନେ ଅପହରଣ କରିନେଇଥିବା ସୂଚନା ମିଳିଛି। ଅପହୃତ ଯବାନ ଜଣକ ପୁଞ୍ଚ ଅଞ୍ଚଳର ଔରଙ୍ଗଜେବ ବୋଲି ଜଣାପଡିଛି। ସେନାର ଯବାନ ଜଣଙ୍କୁ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଅପହରଣ କରିଛନ୍ତି ଆତଙ୍କବାଦୀ। ଘରକୁ ଆସିଥିବାବେଳେ ଯବାନ ଜଣଙ୍କୁ ଅପହରଣ କରି ନେଇଛନ୍ତି ଆତଙ୍କବାଦୀ।

ଜାମ୍ମୁ ଓ କାଶ୍ମୀରରେ ରମଜାନ ଅବସରରେ ସରକାରଙ୍କ ପକ୍ଷରୁ ଅସ୍ତ୍ରବିରତ ଘୋଷଣା କରାଯାଇଥିଛି। ଏହାସତ୍ତ୍ୱେ ସୀମାର ବିଭିନ୍ନ ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ କରିଆସୁଛି। ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ମଧ୍ୟ ଲଗାତର ଆତଙ୍କବାଦୀଙ୍କ ଆକ୍ରମଣ ଟାର୍ଗେଟ କରୁଛନ୍ତି। ଆଜି ପୁଲୱାମା ଗଙ୍ଗୁ ଅଞ୍ଚଳରେ ସିଆରପିଏଫ୍‌ର ଏକ ପାର୍ଟି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିବାବେଳେ ଗତ ଦୁଇଦିନ ମଧ୍ୟରେ ବାନ୍ଦିପୋରା ଏବଂ ସୋପିଆଁ ଅଞ୍ଚଳରେ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି। ସୁରକ୍ଷାକର୍ମୀ ସୀମାରେ ମଧ୍ୟ ଅନେକ ଆତଙ୍କବାଦୀ ଅନୁପ୍ରବେଶ ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି।