ଅନୁପ୍ରବେଶକୁ ପଣ୍ଡ କଲା ସେନା: ୪ ଆତଙ୍କବାଦୀ ମଲେ

ଶ୍ରୀନଗର: ଜମ୍ମୁ-କାଶ୍ମୀରକୁ ଆତଙ୍କବାଦୀ ମୁକ୍ତ କରିବା ପାଇଁ ଭାରତୀୟ ସେନା ବାରମ୍ୱାର  ଅପରେସନ୍ ଜାରି ରଖିଛି। ଆଜି ସକାଳେ ଉରୀ ସେକ୍ଟରରେ ୪ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବା ସମୟରେ ସୁରକ୍ଷାକର୍ମୀ ସେମାନଙ୍କୁ ହତ୍ୟା କରିଛନ୍ତି। ଏହି ଅପରେସନ୍ ଭାରତୀୟ ସେନା ଓ ଜମ୍ମୁ-କାଶ୍ମୀର ପୋଲିସ ମିଶି କରିଥିଲେ। ଜମ୍ମୁ-କାଶ୍ମୀର ଡିଜିପି ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।  ଏହି ୪ ଆତଙ୍କବାଦୀ ଜୈଶ-ଏ-ମହମ୍ମଦର ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ପାକିସ୍ତାନ ପକ୍ଷରୁ ଉରୀ ସେକ୍ଟରରେ ଆତଙ୍କବାଦୀମାନେ ବାରମ୍ୱାର ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଗତ ଶୁକ୍ରବାର ପାକିସ୍ତାନ ସେନା ଅସ୍ତ୍ର ବିରତି ଉଲ୍ଲଘଂନ କରିଥିଲା। ଯାହାର ଭାରତୀୟ ସେନା କଡ଼ା ଜବାବ ଦେଇଥିଲା। ଏହାପୂର୍ବରୁ ଗତବର୍ଷ ଜୁନ୍‌ରେ ପାକିସ୍ତାନ ଉରୀ ସେକ୍ଟରରେ ୪୮ ଘଣ୍ଟାରେ ୨ ଥର ଅନୁପ୍ରେବଶ କରିବାକୁ ଚେଷ୍ଟା କରିଥିଲା। ହେଲେ ଭାରତୀୟ ସେନା ପାକିସ୍ତାନର ସବୁ ଚେଷ୍ଟାକୁ ପଣ୍ଡ  କରିଦେଇଥିଲେ।