ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା: ବଡ଼ ଧରଣର ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସେନା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆତଙ୍କବାଦୀଙ୍କ ଟାର୍ଗେଟରେ ଅମରନାଥ ଯାତ୍ରା। ଗତକାଲି ଅନନ୍ତନାଗରେ ନିହତ ହୋଇଥିବା ୪ ଆତଙ୍କବାଦୀ ଅମରନାଥ ଯାତ୍ରା ବେଳେ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲେ। ଅପରେସନ ସରିବା ପରେ ମିଳିଛି ଏହି ସୂଚନା। ତେଣୁ ଦେଖିବାକୁ ଗଲେ ଆତଙ୍କବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ। ଗତକାଲି ନିହତ ହୋଇଥିବା ଆତଙ୍କବାଦୀମାନଙ୍କ ସିଧାସଳଖ ସଂପର୍କ ଆଇଏସ୍ ସହିତ ନ ଥିବା ସ୍ପଷ୍ଟ ହୋଇଛି। ଆଗରୁ ରିପୋର୍ଟ ଆସିଥିଲା ଯେ, ଆଇଏସ୍ ସହିତ ଏମାନଙ୍କର ସଂପର୍କ ଅଛି। କିନ୍ତୁ ତଦନ୍ତ ପରେ ଜଣାପଡ଼ିଛି ଏମାନେ ଆଇଏସର କାର୍ଯ୍ୟରେ ଅନୁପ୍ରାଣିତ ହୋଇଥିବା ଏକ ଆତଙ୍କବାଦୀ ଗ୍ୟାଙ୍ଗ୍। ସେପଟେ ରାଜ୍ୟପାଳ ଶାସନ ଲାଗୁ ହେବା ପରେ ଜାମ୍ମ କାଶ୍ମୀରରେ କଡ଼ା  ସୁରକ୍ଷା ଗ୍ରହଣ କରାଯାଇଛି। ଏହା ସହିତ ଆତଙ୍କବାଦୀ ବିରୋଧୀ ଅପରେସନ ମଧ୍ୟ ଜୋରଦାର କରିବାକୁ ନିଷ୍ପତ୍ତି ହୋଇଛି।