ଥାଇଲାଣ୍ଡ ବୋଟ ଦୁର୍ଘଟଣା: ମୃତ ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧୫କୁ ବୃଦ୍ଧି

ବ୍ୟାଙ୍କକ: ରବିବାର ଥାଇଲାଣ୍ଡର ଅୟୁଥୟା ସହରର ଚାଓ ଫ୍ରାୟା ନଦୀରେ ଘଟିଥିବା ବୋଟ୍ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେ ବି ୧୧ଜଣ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଉଦ୍ଧାର ୧୪ ତୀର୍ଥଯାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଙ୍କ ମଧ୍ୟରେ କେହି ବିଦେଶୀ ଥିବା ଜଣାପଡ଼ିନାହିଁ।

ଆବଶ୍ୟକଠାରୁ ଅଧିକ ଯାତ୍ରୀ ବୋଟ୍‌ରେ ଥିବାରୁ ଭାରସାମ୍ୟ ହରାଇ ବୋଟ୍‌ଟି ନଦୀ ଭିତରେ ଥିବା ଏକ ସିମେଣ୍ଟ ଖଉଣ୍ଟରେ ପିଟି ହୋଇଯାଇଥିଲା।