ଗୋଧାଇବା ବେଳେ ସୁଟ୍ ହୋଇଗଲା ଭିଡିଓ, ଥାନାବାଲା ନେଲେ ମଜା, କ’ଣ କଲେ ମହିଳା, ପଢ଼ନ୍ତୁ ଏହି ରିପୋର୍ଟ

ଠାଣେ: ଏବେ ସମସ୍ତଙ୍କ ହାତରେ ମୋବାଇଲ୍ ଫୋନ୍। ଯିଏ ଯେଉଁଠି ପାରିଲା କ୍ୟାମେରା ଅନ୍ କରି ସୁଟିଂ ଆରମ୍ଭ କରି ଦେଉଛି। ଅନେକ ସ୍ମାର୍ଟ ଯୁଗର ଏ ଉପହାରକୁ ଭଲ ବାଟରେ ବ୍ୟବହାର କରୁଛନ୍ତି। ହେଲେ ଏମିତି କିଛି ଅସମାଜିକ ଅଛନ୍ତି ଯେଉଁମାନେ ମୋବାଇଲ୍ ଫୋନକୁ ନେଇ ଅପରାଧିକ କାମରେ ଲଗାଉଛନ୍ତି।

ମୋବାଇଲ୍ ଫୋନରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ସୁଟ୍ ଓ ସେ ଭିଡିଓ ବଜାରରେ ବୁଲିବା। ଏମିତି କିଛି ଘଟଣା କେଉଁଠି ନା କେଉଁଠି ପ୍ରତିଦିନ ଘଟୁଛି। ପୋଲିସ୍ ପାଖରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଦଣ୍ଡ ପାଉଛନ୍ତି। ହେଲେ କେବେ ଭାବିଛନ୍ତି ଯଦି ପୋଲିସ୍ ସେହି ଭିଡିଓକୁ ଦେଖି ମଜା ଉଠାଏ। ମହିଳାଙ୍କୁ ନ୍ୟାୟ ଦେବା ବଦଳରେ ତାର ମଜାକ ଉଡାଏ, ତେବେ କେମିତି ପରିସ୍ଥିତି ଉପଜୁଥିବ। ଏମିତି ଏକ ସମ୍ବେଦନଶୀଳ ମାମଲା ଆସିଛି ମହାରାଷ୍ଟ୍ରର ଠାଣେରୁ।

ଥାଣେ ଜଣେ ମହିଳା ଗାଧୋଉଥିବା ବେଳେ ଲୁଚି ଲୁଚି କିଛି ଯୁବକ ତାଙ୍କର ଭିଡିଓ ସୁଟ କରିଥିଲେ। ମହିଳାଜଣକ ମୋବାଇଲ୍ ସହ ସେ ଯୁବକମାନଙ୍କୁ ଧରି ପକାଇଥିଲେ। ଏହାପରେ ମୋବାଇଲ ଧରି ମହିଳା ପହଞ୍ଚିଥିଲେ ଥାନାରେ। ସେତେବେଳେକୁ ୮ରୁ ୧୦ ଜଣ ପୋଲିସ୍ ଥାନାରେ ଥିଲେ। ତେବେ ଉଦ୍‌ବେଗର କଥା ହେଲା ମହିଳାଙ୍କୁ ହାତରୁ ମୋବାଇଲ୍ ନେଇ ପୋଲିସମାନେ ସେହି ଭିଡିଓକୁ ଦେଖି ମଜା ନେବା ଆରମ୍ଭ କରି ଦେଇଥିଲେ। ପୀଡିତାଙ୍କୁ ନ୍ୟାୟ ଦେବା ବଦଳରେ ଜଣେ ପରେ ଜଣେ ସେ ଭିଡିଓ ଦେଖିଥିଲେ। କେବଳ ସେତିକି ନୁହେଁ, ସେହି ଯୁବକମାନଙ୍କୁ ଗିରଫ୍ କରିବା ବଦଳରେ ଚୁପ୍ ହୋଇ ରହିଯାଇଥିଲେ।

ଏନେଇ ପୀଡ଼ିତା ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛନ୍ତି। ଅପେକ୍ଷା କରିଛନ୍ତି ସଂପୃକ୍ତ ଯୁବକଙ୍କ ସହ ପୋଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ।