ବାଜପେୟୀଙ୍କୁ ପରିସ୍ରା ସଂକ୍ରମଣ

ନୂଆଦିଲ୍ଳୀ: ସୁଧୁରୁଛି ବାଜପେୟୀଙ୍କ ଅବସ୍ଥା। ସେ ଏବେ ଏମ୍ସର କାର୍ଡିଓ ନ୍ୟୁରୋ ସେଣ୍ଟରରେ ଚିକିତ୍ସାଧୀନ ଅଛନ୍ତି। ଶାରୀରିକ ଅସୁସ୍ଥତା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଗତ ୩ ଦିନ ହେବ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏମ୍‌ସ ରିପୋର୍ଟ ଅନୁଯାୟୀ, ବାଜପେୟୀଙ୍କୁ ପରିସ୍ରା ସଂକ୍ରମଣ ହୋଇଛି। ତେବେ ଏହାର ଚିକିତ୍ସା ପାଇଁ ଔଷଧ ଦିଆଯାଇଥିବା ବେଳେ ଏହା ଠିକ୍‌ ଭାବେ କାମ କରୁଥିବା ଡାକ୍ତର କହିଛନ୍ତି। ତେବେ ଏହି ସଂକ୍ରମଣ ନିୟନ୍ତ୍ରଣ ହେବା ପର୍ଯ୍ୟନ୍ତ ବାଜପେୟୀ ମେଡିକାଲରେ ହିଁ ରହିବେ ବୋଲି ସୂଚନା ମିଳିଛି।  ୯୩ ବର୍ଷୀୟ ବାଜପେୟୀ ଏବେ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି।

ତାଙ୍କୁ ଏବେ ଇଞ୍ଜେକସନ ଦ୍ୱାରା ଆଣ୍ଟିବାଓଟିକ୍ ଦିଆଯାଉଛି। ସଂକ୍ରମଣରୁ ମୁକ୍ତ ହେବା ପର୍ଯ୍ୟନ୍ତ ସେ ମେଡିକାଲରେ ରହିବେ ବୋଲି ଏମ୍‌ସ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ ଯେ, ଗତ ସୋମବାର ବାଜପେୟୀ ରୁଟିନ ଚେକ ଅପ୍ ପାଇଁ ଆସିଥିବାବେଳେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଏମ୍‌ସରେ ରଖାଯାଇଥିଲା।