ବିଶ୍ୱ ସ୍ତରୀୟ ନେତାଙ୍କ ମନକୁ ଛୁଇଁଲା ବଲିଉଡ୍‌ର ଏ ଦୁଇଟି ଗୀତ; ପଢ଼ନ୍ତୁ କେଉଁଠି ଓ କେମିତି ହେଲା ସମ୍ଭବ  

ଅସ୍ତାନା: ଗତକାଲି କାଜାକସ୍ତାନର ଅସ୍ତାନାରେ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ ଶୁଣିବାକୁ ମିଳିଥିବା ବଲିଉଡ୍ ଗୀତ। ଶିଖର ସମ୍ମିଳନୀର ଆୟୋଜନ ସ୍ଥଳ ‘ପ୍ୟାଲେସ୍ ଅଫ୍ ଇଣ୍ଡେପିଣ୍ଡେନ୍ସ’ରେ ମଧ୍ୟାହ୍ନ ଭୋଜନ ବେଳେ ବାଜି ଥିଲା ଦୁଇଟି ପୁରୁଣା ବଲିଉଡ୍ ଗୀତ। ଦୁଇଟି ଯାକ ଗୀତ ଥିଲା ସ୍ୱର୍ଗତ ଅଭିନେତା ରାଜ କପୁରଙ୍କ ଫିଲ୍ମର। ଗୋଟିଏ ହେଉଛି ‘ଆୱାରା ହୁଁ’ ଓ ଅନ୍ୟଟି ହେଉଛି ‘ମେରା ଜୁତା ହେ ଜାପାନୀ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଉପସ୍ଥିତ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ, ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, କାଜାକସ୍ତାନ ନୁରସୁଲତାନ ନଜରବୟେଭ ଓ ଅନ୍ୟ ବିଶ୍ୱ ସ୍ତରୀୟ ନେତାମାନେ ଏହି ଦୁଇ ଗୀତକୁ ଉପଭୋଗ କରିଥିଲେ।

‘ଆୱାରା ହୁଁ’ ଗୀତ ୧୯୫୧ରେ ନିର୍ମିତ ରାଜ କପୁରଙ୍କ ଫିଲ୍ମ ‘ଆୱାରା’ ଅଛି। ସେହିପରି ‘ମେରା ଜୁତା ହେ ଜାପାନୀ’ ଗୀତଟି ତାଙ୍କ ଅଭିନୀତ ‘ଶ୍ରୀ ୪୨୦’ରେ ଅଛି। ଏହି ଫିଲ୍ମଟି ୧୯୫୫ରେ ରିଲିଜ୍ ହୋଇଥିଲା।