ତୃତୀୟ ବିଶ୍ୱଯୁଦ୍ଧ ହେଲେ ମାନବ ସଭ୍ୟତାକୁ କିଏ ରକ୍ଷା କରିପାରିବ?  ଖୋଲାସା କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ବୈଜ୍ଞାନିକଙ୍କ ଦାବି। ତୃତୀୟ ବିଶ୍ୱଯୁଦ୍ଧ ହେଲେ ମଙ୍ଗଳ ଓ ଚନ୍ଦ୍ର ଗ୍ରହରେ ସ୍ଥାପିତ ହୋଇଥିବା କେନ୍ଦ୍ର ମାନବ ସଭ୍ୟତା ଧ୍ୱଂଶମୁଖରୁ ବଞ୍ଚାଇପାରିବ।   ମହାକାଶ ପାଇଁ ରକେଟ  ତିଆରି କରୁଥିବା କମ୍ପାନୀ ସ୍ପେସଏକ୍ସର ସଂସ୍ଥାପକ ମସ୍କ କହିଛନ୍ତି କମ୍ପାନୀର ଆନ୍ତଗ୍ରହ୍ୟ ଯାନର ପରୀକ୍ଷଣ କିଛି ମାସ ମଧ୍ୟରେ ହେବ। ମସ୍କ ଏସଏକ୍ସଏସଡବ୍ଲୁ ସମ୍ମେଳନରେ କହିଛନ୍ତି “ଆଗକୁ ଏକ ଅନ୍ଧକାର ଯୁଗ ଆସିବାର ଆଶଙ୍କା ରହିଛି ।

ଖାସ୍‌କରି ଯେତେବେଳେ ତୃତୀୟ ବିଶ୍ୱଯୁଦ୍ଧ ହେବ ଏହି ବିପଦ ଅଧିକ ଘନିଭୂତ ହେବ। ଆମେ ସୁନିଶ୍ଚିତ କରିଦେବାକୁ ଚାହୁଁଛୁ ଯେ, ସଭ୍ୟତାକୁ ଫେରେଇ ଆଣିବାକୁ ହେଲେ କେଉଁଠି ନା କେଉଁଠି ମାନବ ସଭ୍ୟତାର ମୂଳ ଦୁଆକୁ ମଜଭୁତ କରିବାକୁ ପଡିବ ଯାହା ଅନ୍ଧକାର ଯୁଗର ଅବଧିକୁ କମ କରିପାରିବ। ” ମସ୍କଙ୍କ କହିବା ଅନୁଯାୟୀ ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ସ୍ଥାପିତ ହୋଇଥିବା କେନ୍ଦ୍ର ସଭ୍ୟତା ମହତ୍ୱପୂର୍ଣ୍ଣ ଅଟେ। ଏହା ସମ୍ଭବତଃ ପୃଥିବୀ ପୃଷ୍ଠରେ ପୁଣି ଥରେ ଜୀବନ ଆଣିବାରେ ସଫଳ ହୋଇପାରିବ।  ସ୍ପେସଏକ୍ସ ପୂର୍ବ ମାସରେ ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ ଫାଲ୍କନ୍‌ ପରୀକ୍ଷଣ କରିଥିଲେ।