ଭାରତୀୟ ବଜାରରେ ନୂଆ ସ୍ମାର୍ଟଫୋନ୍‌, ମାତ୍ର ୯ ହଜାର ଟଙ୍କାରେ ୨୦ ମେଗାପିକ୍ସେଲ କ୍ୟାମେରା

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Infinix ଖବ୍‌ କମ୍‌ ଦାମ୍‌ରେ ଏକ ଦମ୍‌ଦାର ସ୍ମାର୍ଟଫୋନ୍‌ ଭାରତୀୟ ବଜାରକୁ ଛାଡ଼ିଛି। କମ୍ପାନୀ ନିଜର Infinix Hot S3 ମୋଡେଲ୍‌କୁ ଲଞ୍ଚ କରିଛି। ଭାରତରେ ଏହାର ମୂଲ୍ୟ ଯାଥାକ୍ରମେ ୮,୯୯୯ ଓ ୧୦,୯୯୯ ଟଙ୍କା ରହିଛି।

ଏହି ଫୋନ୍‌ରେ ରହିଛି ୫.୬୫ ଇଞ୍ଚର ୧୮:୯ ଆସ୍ପେକ୍ଟ ରେସିଓ ଯୁକ୍ତ ଫୁଲ ବ୍ଲ୍ୟୁ ଏଚ୍‌ଡି ଡିସ୍‌ପ୍ଲେ। ଏଥିସହିତ Infinix Hot S3ରେ କ୍ୱାଲକୋମ୍‌ ସ୍ନାପଡ୍ରାଗନ୍ ୪୩୦ ପ୍ରୋସେସର, 3GB/4GB ରାମ ଓ 32GB/64 ଷ୍ଟୋରେଜ ସୁବିଧା ରହିଛି। ମୋମୋରି କାର୍ଡ ଜିରିଆରେ ଷ୍ଟୋରେଜ୍‌ ସିଷ୍ଟମକୁ 128GB ପର୍ଯ୍ୟନ୍ତ ବଢ଼ାଯାଇ ପାରିବ।

ଧାର୍ଯ୍ୟ କରାଯାଇଥିବା ମୂଲ୍ୟରେ ଅନ୍ୟ ମୋବାଇଲ୍‌ଠାରୁ ଇନ୍‌ପିନିକ୍ସ କ୍ୟାମେରା ଫେସିଲିଟି ଅଧିକ ରହିଛି। ୧୩ ମେଗାପିକ୍ସେଲ ରିୟର କ୍ୟାମେରା ଏବଂ ୨୦ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ସହିତ ଏଲିଇଡି ଫ୍ଲାସ୍‌ ଲାଇଟ୍‌ ବ୍ୟବସ୍ଥା ମଧ୍ୟ ରହିଛି। ଏଥିରେ ଆଣ୍ଡ୍ରଏଡ୍‌ ଓରିୟୋ ୮.୦, ୪୦୦୦ mAh  ବ୍ୟାଚେରୀ, ଫିଙ୍ଗର ପ୍ରିଣ୍ଟ ସେନ୍‌ସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୫୦୫ GPU ସୁବିଧା ରହିଛି। କନେକ୍ଟିଭିଟି ପାଇଁ 4.2 OTG, Wi-Fi, 4G VoLTE,  3.5mm ହେଡ୍ ଫୋନ୍‌ ମିଳିବ। କମ୍ପାନୀର  4GB ରାମ୍‌ ଓ 64 ଷ୍ଟୋରେଜ ବିଶିଷ୍ଟ ମୋଡେଲ୍‌ର ନୂଲ୍ୟ ୧୦,୯୯୯ ଟଙ୍କା ରଖାଯାଇଛି। କେବଳ ମାତ୍ର ୮,୯୯୯ ଟଙ୍କା ମୂଲ୍ୟରେ ୨୦ ମେଗାପିକ୍ସେଲ ମୋବାଇଲ୍‌ ମିଳିଥିବାରୁ ଏହାର ଡିମାଣ୍ଡ ରହିବା ବୋଲି ଅନୁମାନ କରାଯାଉଛ।