ଝିଅର ବେକରେ ଗଦାଏ ସୁନା ହାର; ଚର୍ଚ୍ଚାରେ କେରଳର ଏହି ବିଧାୟକ

ନୂଆଦିଲ୍ଲୀ: କେରଳର ସିପିଆଇ ବିଧାୟକ ଗୀତା ଗୋପୀଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା। ଚର୍ଚ୍ଚାର କାରଣ ତାଙ୍କ ଝିଅର ବେକର ହାର। ପୁଣି ଗୋଟିଏ କି ଦୁଇଟି ନୁହେଁ, ଗଦାଏ ହାର।

କଥାଟା ଏମିତି। ଗତ ରବିବାର ତ୍ରିଶୂରରେ ତାଙ୍କ ଝିଅର ବିବାହ ସଂପନ୍ନ ହୋଇଥିଲା। ବିବାହ ଅବସରରେ ତାଙ୍କ ଝିଅ ବେକରେ ଗଦାଏ ଗହଣା ପନ୍ଧିଥିଲେ। ସୋସିଆଲ୍ ମିଡିଆରେ ଏହି ଫଟୋ ପୋଷ୍ଟ ହୋଇଯିବା ପରେ ଏହା ଭାଇରାଲ ହୋଇଯାଇଥିଲା। ଏହା ସହିତ ଏହାକୁ ନେଇ ବିବାଦ ଦେଖାଯାଇଛି। ଅନେକ ସିପିଆଇ କର୍ମୀ ଓ ନେତା ଏହି ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କାରଣ ଏଭଳି ଆଡ଼ମ୍ବରପୂର୍ଣ୍ଣ ବିବାହ ଦଳର ନୀତି ବିରୁଦ୍ଧରେ ଯାଉଛି। ଏ ଦଳ ସରଳତାରେ ବିଶ୍ୱାସ କରେ।