ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ମାଛର ଦାମ୍ ୫ଲକ୍ଷ ୫୦ହଜାର ଟଙ୍କା। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ।  ମୁମ୍ବାଇ-ପାଲଘର ସମୂଦ୍ରକୂଳ ଅଞ୍ଚଳରୁ ଏହି ମାଛ ଧରାଯାଇଛି।

ଗତ ଶୁକ୍ରବାର ଦିନ ପାଲଘର ଅଞ୍ଚଳର ଦୁଇ ମତ୍ସ୍ୟଜୀବୀ ମହେଶ ମେହେର ଓ ତାଙ୍କ ଭାଇ ଡଙ୍ଗା ନେଇ ସମୁଦ୍ରକୁ ମାଛ ମାରିବାକୁ ଯାଇଥିଲେ।  ମାଛ ମାରିଲା ବେଳେ ତାଙ୍କ ଜାଲରେ  ୩୦କେଜି ଓଜନର ଗୋଟିଏ ମାଛ ଜାଲରେ ପଡ଼ିଥିଲା।

ଏହା ପରେ ଦୁଇ ମତ୍ସ୍ୟଜୀବୀଙ୍କ ଖୁସି କହିଲେ ନ ସରେ। କାରଣ ଜାଲରେ ପଡ଼ିଥିବା ମାଛଟି ସୁସ୍ୱାଦୁ ହେବା ସହ ସେଥିରେ ଅନେକ ଓଷଧୀୟ ଗୁଣଥିଲା।

ସ୍ଥାନୀୟ ଅଞ୍ଚଳରେ ସେ ମାଛକୁ ‘ଘୋଲ୍‌’ ମାଛ ବୋଲି କହିଥାନ୍ତି।

ଦୁଇ ମତ୍ସ୍ୟଜୀବୀ କୂଳକୁ ଆସିବା ପରେ ‘ଘୋଲ୍‌’ ମାଛକୁ ସେମାନେ ବିକ୍ରି କରିବାକୁ ଚେଷ୍ଟା କରିଥିଲେ। ମାଛକୁ କିଣିବାକୁ ଏତେ ଚାହିଦା ହୋଇଥିଲା ଯେ ଶେଷର ନିଲାମ କରିବାକୁ ପଡ଼ିଥିଲା।

ମୁମ୍ବାଇର ଜଣେ ବ୍ୟବସାୟୀ ସେହି ମାଛକୁ ୫ଲକ୍ଷ ୫୦ହଜାର ଟଙ୍କାରେ କିଣିଥିଲେ।