୧୨ ବର୍ଷର ଭବିଷ୍ୟତ ବଖାଣିଲେ ନୋହା: କହିଲେ ଏସବୁ କଥା

କଥା କଥାରେ ଆମେ ବେଳେ ବେଳେ କହନ୍ତି, ‘କାଲି କିଏ ଦେଖିଛି’। ଆସନ୍ତାକାଲି କଥା ଛାଡ଼ନ୍ତୁ, ଆଉ ଘଣ୍ଟାଏ ପରେ କ’ଣ ହେବ କହି ହେବନାହିଁ। କିନ୍ତୁ ଆମେରିକାର ଜଣେ ବ୍ୟକ୍ତି ୨୦୩୦ ଅର୍ଥାତ ୧୨ବର୍ଷ ଆଗକୁ ଯାଇ ଫେରି ଆସିଥିବାର ଦାବି କରିଛନ୍ତି। ଲାଏ ଡିଟେକ୍ଟର ଟେଷ୍ଟରେ ମଧ୍ୟ ସେ ସତ କହୁଥିବା ପ୍ରମାଣିତ ହୋଇଛି। ତାଙ୍କ ନାଁ ନୋହା। ଆମେରିକାର ଏକ ରେଡିଓ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ସେ ଏହି କଥା କହିଛନ୍ତି। ନୋହା ୨୦୩୦ରୁ ଫେରିବା ନେଇ ଦାବି କରିଥିବା ବେଳେ ଆସନ୍ତା ୧୨ ବର୍ଷରେ ପୃଥିବୀରେ କ’ଣ ସବୁ ଘଟିବ ସେ ନେଇ ମଧ୍ୟ କହିଛନ୍ତି।

– ପ୍ରଥମେ ନୋହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଅନେକ ବାଦବିବାଦ ସତ୍ତ୍ୱେ ଟ୍ରମ୍ପ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବେ। ୨୦୨୦ରେ ସେ ପୁଣିଥରେ ନିର୍ବାଚନ ଜିତିବେ।

– ଆଗକୁ ଏମିତି ରୋବର୍ଟ ଆସିବେ ଯାହା ଘରର ସମସ୍ତ କାମ ଏକା କରିପାରିବ।

– ୨୦୨୦ବେଳକୁ ମୋବାଇଲ୍‌ ଫୋନ୍‌ ଆମ କଳ୍ପନାଠୁ ଅଧିକ କାମ କରୁଥିବ।

-୨୦୨୮ବେଳକୁ ମଣିଷ ମଙ୍ଗଳ ଗ୍ରହକୁ ଯିବା ଆସିବା କରୁଥିବ।

-ଆଗକୁ କ୍ୟାନ୍‌ସର୍‌ ପରି ଭୟଙ୍କର ରୋଗର ସହଜରେ ଚିକିତ୍ସା ହୋଇପାରିବ।

ନୋହାଙ୍କ ଭବିଷ୍ୟବାଣୀକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ତାଙ୍କୁ ପାଗଳ ବୋଲି କହୁଛନ୍ତି।