ବଜାରକୁ ଆସିଲା ୩ଟି ନୂଆ ଏଲ୍‌ଇଡି ଟିଭି

ନୂଆଦିଲ୍ଲୀ: ଘରକୁ ନୂଆ ଟିଭି ଆଣିବାକୁ ଭାବୁଛନ୍ତି କି? ତେବେ ଏହି ଖବରଟି ଖାସ୍‌ ଆପଣଙ୍କ ପାଇଁ। Thomson କମ୍ପାନୀ ଆଣିଛି ୩ଟି ନୂଆ ଏଲ୍‌ଇଡି ଟିଭି। ଏଗୁଡ଼ିକ ୨୪ ଇଞ୍ଚ୍, ୩୨ ଇଞ୍ଚ୍ ଓ ୫୦ ଇଞ୍ଚରେ ବଜାରକୁ ଉପଲବ୍ଧ ହେବ। ଏହି ଟିଭି ମଡେଲଗୁଡ଼ିକର ନାଁ ହେଲା 24TM2490, 32TM3290 ଓ 50TM5090।

ଗ୍ରାହକମାନେ ଏଗୁଡ଼ିକୁ ଫ୍ଲିପ୍‌କାର୍ଟରୁ କିଣିପାରିବେ। କମ୍ପାନୀ 24TM2490 ମଡେଲର ମୂଲ୍ୟ ୮,୯୯୯ ଟଙ୍କା ରଖିଥିବା ବେଳେ 32TM3290 ମଡେଲର ମୂଲ୍ୟ ୧୧,୪୯୯ ଟଙ୍କା ଓ 50TM5090 ମଡେଲର ମୂଲ୍ୟ ୨୬,୯୯୯ ଟଙ୍କା ରଖିଛି।

 

 

ନିକଟରେ କମ୍ପାନୀ ଆଉ ଦୁଇଟି ୩୨ ଓ ୪୦ ଇଞ୍ଚର UI(ୟୁଜର ଇଣ୍ଟରଫେସ୍)- ‘My Wall’ ସ୍ମାର୍ଟ ଟିଭି ଲଞ୍ଚ୍‌ କରିଛି। ଯାହାର ଦାମ୍‌ ଯଥାକ୍ରମେ ୧୩,୪୯୦ ଟଙ୍କା ଓ ୧୯,୯୯୦ ଟଙ୍କା ରହିଛି। ଏଥିରେ ଏପରି ଅନେକ ଆପ୍‌ ଦିଆଯାଇଛି ଯାହା ଅନ୍ୟ କୌଣସି ଟିଭିରେ ଦେଖି ନ ଥିବେ। ଏହା ବ୍ୟତୀତ ଏଥିରେ ତାପମାନ ସୂଚନା ମଧ୍ୟ ହୋମ୍ ସ୍କ୍ରିନ୍‌ରେ ନଜର ଆସିବ।

‘My Wall’ରେ ବଲିଉଡର ଟପ୍‌ ଭିଡିଓ ଓ ଟପ୍‌ ଟ୍ରେଡିଂ ମ୍ୟୁଜିକ୍‌ ମଧ୍ୟ ହୋମ୍‌ ସ୍କ୍ରିନ୍‌ରେ ଦେଖାଯିବ। କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଡେଡିକେଟେଡ୍ ଆଇକନ୍‌ ମଧ୍ୟ ଦିଆଯାଇଛି। ଏହି ଟିଭିରେ ଆପଣ ଟିଭି ଦେଖୁ ଦେଖୁ ବିଗ୍‌ ବାସ୍କେଟ୍‌ କିମ୍ବା ଜୋମାଟୋ ପରି ଆପ୍‌ରୁ ଅର୍ଡର ମଧ୍ୟ କରିପାରିବେ।