ବାଗଦାଦ୍: ୩ ଆମେରିକୀୟଙ୍କୁ ଅପହରଣ କରିନେଲେ ଅଜ୍ଞାତ ବନ୍ଧୁକଧାରୀ

ବାଗଦାଦ୍: ଇରାକର ବାଗଦାଦ ସହରରେ ୩ଜଣ ଆମେରିକୀୟ ନାଗରିକଙ୍କୁ ଅଜ୍ଞାତ ବନ୍ଧୁକଧାରୀମାନେ ଅପହରଣ କରିନେଇଛନ୍ତି। ଇରାକର ଏକ ସମାଚାର ଏଜେନ୍ସି କହିବା ଅନୁଯାୟୀ, ଦୌରା ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ଘରେ ୩ଜଣ ଆମେରିକୀୟ ନାଗରିକ ଥିବା ବେଳେ ବନ୍ଧୁକଧାରୀମାନେ ଜୋରଜବରଦସ୍ତ ଘରେ ପଶି ଯାଇଥିଲେ। ସୈନିକ ପୋଷାକରେ ଥିବା ଏହି ବନ୍ଧୁକଧାରୀମାନେ ସମ୍ପୃକ୍ତ ୩ଜଣଙ୍କୁ ନିଜ ସହ ନେଇଯାଇଥିଲେ। ଏହାସହ ଯେଉଁ ବ୍ୟକ୍ତି ଜଣଙ୍କ ଏହି ୩ଜଣଙ୍କୁ ଡକାଇ ଥିଲେ ତାଙ୍କୁ ମଧ୍ୟ ବନ୍ଧୁକଧାରୀମାନେ ଅପହରଣ କରିନେଇଛନ୍ତି।

ବାଗଦାଦରେ ୩ ଆମେରିକୀୟ ନାଗରିକ ଅପହୃତ ହୋଇଥିବା ଆମେରିକାର ବୈଦେଶିକ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସେମାନଙ୍କ ସନ୍ଧାନ ପାଇଁ ଇରାକ ପ୍ରଶାସନ ସହିତ ମିଶି ଉଦ୍ୟମ କରୁଛୁ ବୋଲି କୁହାଯାଇଛି।