ଭୁଶୁଡ଼ିଲା ନିର୍ମାଣାଧୀନ ପାଣି ଟାଙ୍କି, ୩ ମୃତ

ବେଙ୍ଗାଲୁରୁ: ଦିନକୁ ୧୧୦ ମିଲିୟନ ଲିଟର ସ୍ୱରେଜ ପାଣିକୁ ଟ୍ରିଟମେଣ୍ଟ କରିବା ପାଇଁ ବେଙ୍ଗାଲୁରୁରେ ନିର୍ମାଣ ହେଉଥିବା ଏକ ବିଶାଳ ପାଣିଟାଙ୍କି ଆଜି ଭୁଶୁଡ଼ି ପଡ଼ିଛି। ଏଥିରେ ୩ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ଏହି ୪୦ ଫୁଟ ଉଚ୍ଚର ପାଣି ଟାଙ୍କିକୁ ବେଙ୍ଗାଲୁରୁ ପାଣି ବିତରଣ ଓ ସ୍ୱରେଜ ବୋର୍ଡ ପକ୍ଷରୁ ନିର୍ମାଣ କରାଯାଉଥିଲା। ପାଣି ଟାଙ୍କିଟି ଭୁଶୁଡ଼ିବା ବେଳେ ଶ୍ରମିକମାନେ ଏଠାରେ କାର୍ଯ୍ୟ କରୁଥିଲେ। ଧ୍ୱଂସାବଶେଷ ତଳେ ଅନେକ ଶ୍ରମିକ ଚାପି ହୋଇ ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି କାର୍ଯ୍ୟ ଆରମ୍ଭ କରିଛନ୍ତି।