ଆତଙ୍କବାଦୀଙ୍କୁ ଭାରତୀୟ ସେନାର କଡ଼ା ଜବାବ, ୩ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେଇଛି ଭାରତୀୟ ସେନା। ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳିବିନିମୟରେ ୩ଜଣ ଲସ୍କର-ଏ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି।ସେମାନଙ୍କଠାରୁ ୩ଟି AK-47 ରାଇଫଲ ସହ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ପୁଲୱାମା ଜିଲ୍ଲାର କାକାପୋରା ଅଂଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁରକ୍ଷାକର୍ମୀ କୌଣସି ସୂତ୍ରରୁ ଖବର ପାଇଥିଲେ। ପରେ ସେନାପକ୍ଷରୁ  ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିଥିଲେ।  ପରେ ସେନାପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା।

ଅନ୍ୟପକ୍ଷରେ ଏନକାଉଣ୍ଟର ଖବର ପାଇଁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଆସି ଟେକା ପଥର ଫୋପାଡିଥିଲେ। ଏଥିରେ ରାଷ୍ଟ୍ରୀୟ ରାଇଫଲସର ଜଣେ ଅଧିକାରୀ ଆହତ ହୋଇଛନ୍ତି।

ଗତକାଲି ବାରାମୁଲ୍ଲା ଜିଲ୍ଲାରେ ଏନକାଉଣ୍ଟରରେ ୨ଜଣ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା।

ସୌଜନ୍ୟ- ଅମରଉଜାଲା