ବାଘୁଣୀକୁ ପିଟିପିଟି ମାରିଦେଲେ ଲୋକେ, ଦେଖନ୍ତୁ ଭିଡିଓ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ପିଲିଭିଟ୍‌ ଜିଲ୍ଲାରେ ଗୋଟିଏ ବାଘୁଣୀକୁ ଗାଁ ଲୋକମାନେ ପିଟିପିଟି ମାରିଦେବା ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି। ରାଜଧାନୀ ଲକ୍ଷ୍ନୌଠାରୁ ୨୪୦ କିମି ଦୂରରେ ଥିବା ଏକ ବ୍ୟାଘ୍ର ସଂରକ୍ଷଣରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବୁଧବାର ଅପରାହ୍ଣରେ ମାଟାଇନା ଗାଁର ଲୋକମାନେ ଗୋଟିଏ ୬ ବର୍ଷର ବାଘୁଣୀକୁ ଆକ୍ରମଣ କରିଥିଲେ।

ବାଘୁଣୀଟି ଜଣେ ଗାଁ ଲୋକଙ୍କୁ ଆକ୍ରମଣ କରିଥିବାରୁ, ସ୍ଥାନୀୟ ଲୋକମାନେ ଏହାର ପ୍ରତିଶୋଧ ନେବାକୁ ସଂରକ୍ଷଣ ମଧ୍ୟରେ ପଶି ବାଘୁଣୀଟିକୁ ଆକ୍ରମଣ କରିଥିଲେ।

ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ବନ ବିଭାଗ ବାଘୁଣୀର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିଥିଲା। ଏଥିସହ ପୁଲିସ ୩୧ ଜଣ ଗ୍ରାମବାସୀଙ୍କ ନାଁରେ ମାମଲା ରୁଜୁ କରିଛି। ଏମାନଙ୍କ ମଧ୍ୟରୁ ୪ ଜଣ ଗିରଫ ମଧ୍ୟ ହୋଇଛନ୍ତି।

ସୌଜନ୍ୟ ଏନ୍‌ଡିଟିଭି