କୋମାରୁ ଉଠି ବ୍ରୋଞ୍ଜ ଜିତିଥିଲେ ଏହି ଖେଳାଳି

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପୂର୍ବରୁ ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଇଛନ୍ତି। କେମିତ ପଢିବ, କେମିତି ପଢିଲେ ଜଣେ ଭଲ ଓ ସଫଳ ବ୍ୟକ୍ତିତ୍ୱ ହୋଇ ସମାଜ ସାମ୍ନାରେ ଛିଡାହେବ ସେ ନେଇ ମୋଦି ବର୍ଣ୍ଣନା କରିଥିଲେ। ଆଉ ଏଇ ଟିପ୍ସ ଭିତରେ କହିଥିଲେ ଜଣେ ଖେଳାଳିଙ୍କ ସଫଳତାର କାହାଣୀ। କେମିତି ଜଣେ ଖେଳାଳୀ କୋମାରୁ ଉଠି ବ୍ରୋଞ୍ଚ ପଦକ ଜିତିଥିଲେ ସେ ନେଇ କହିଥିଲେ।

ଦେଶର ପାଖାପାଖି ୧୦କୋଟି ପିଲାମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ସେ ଯେଉଁ ଖେଳାଳିଙ୍କ ସଂଘର୍ଷମୟ କାହାଣୀ ଶୁଣାଇଥିଲେ। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଖଳାଳି ଜଣକ ହେଉଛନ୍ତି ୱିଣ୍ଟର ଅଲମ୍ପିକ୍ସରେ ଭାଗ ନେଇଥିବା କାନାଡାର ‘ମାର୍କ ମେକମାଁରିସ’। ସେ ଜଣେ ସ୍ନୋବୋର୍ଡ ସ୍ଲୋପସ୍ଟାଇଲ ଖେଳାଳି। ଆସନ୍ତୁ ଜାଣିବା ତାଙ୍କ ସଫଳତା ସମ୍ପର୍କରେ।

କୋମାରୁ ବାହାରି କିପରି ଜିତିଥିଲେ ବ୍ରୋଞ୍ଜ ମେଡାଲ୍‌

୧୧ମାସ ପୂର୍ବରୁ ଗୋଟେ ବଡ଼ ଦୁର୍ଘଟଣାର ସାମ୍ନା କରିଥିଲେ ମାର୍କ। ଯେଉଁଥିରେ ସେ ଗଭୀର ଭାବେ ଆଘାତ ପାଇଥିଲେ। ତାଙ୍କର ୧୭ଟି ହାଡ ଭାଙ୍ଗିଯାଇଥିଲା। ସେଥିପାଇଁ ସେ କୋମାକୁ ଚାଲିଯାଇଥିଲେ। ପଞ୍ଜରା,ପାଟିହାଡ ସମେତ ଆଉକିଛି ଅଙ୍ଗରେ ତାଙ୍କର କ୍ଷତ ହୋଇଥିଲା। ସ୍ନୋବୋର୍ଟିଂ କରିବା ସମୟରେ ସେ ଗଛରେ ପିଟି ହୋଇଯାଇଥିଲେ। ଦୁର୍ଘଟଣାର ୧୧ମାସ ପରେ ହଠାତ୍‌ ସେ ସୁସ୍ଥ ହୋଇପଡିଲେ । ଆଉ ଆଶ୍ଚର୍ଯ୍ୟଜନକ ଭାବେ ସେ ୱିଣ୍ଟର ଅଲମ୍ପିକ୍ସରେ ଭାଗ ନେଇ ଅବିଶ୍ୱସନୀୟ ପ୍ରଦର୍ଶନ କରି ବ୍ରୋଞ୍ଚ ମେଡାଲ ହାସଲ କରିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଧନ୍ୟବାଦ ଜୀବନ

ମେଡାଲ୍‌ ଜିତିବା ପରେ ମାର୍କ ଟ୍ୱିଟରରେ ଦୁଇଟି ଫଟୋ ଦେଲେ। ଗୋଟେ ଫଟୋରେ ସେ ହସ୍ପିଟାଲରେ କୋମାରେ ପଡିରହିଥିଲେ ଏବଂ ଅନ୍ୟ ଫଟୋରେ ସେ ପୋଡିୟମରେ ମେଡାଲ୍‌ ସହ ଠିଆ ହୋଇଥିଲେ। ସେହି ଫଟୋର କ୍ୟାପ୍ସନରେ ସେ ଲେଖିଥିଲେ ‘ଶୁକ୍ରିୟା ଜିନ୍ଦେଗୀ’। ମାର୍କଙ୍କର ଏହା ଦ୍ୱିତୀୟ ମେଡାଲ୍‌। ପ୍ରଥମ ମେଡାଲ୍‌ ସେ ୨୦୧୪ରେ ଜିତିଥିଲେ।