ତିରୁପତି: ନୂଆବର୍ଷରେ ଭେଙ୍କେଟେଶ୍ୱର ମନ୍ଦିରକୁ ୩ କୋଟି ଦାନ କଲେ ଶ୍ରଦ୍ଧାଳୁ

ତିରୁପତି: ନୂତନ ବର୍ଷରେ ତିରୁପତିର ଭେଙ୍କେଟେଶ୍ୱର ମନ୍ଦିରକୁ ଦେଶର ବିଭିନ୍ନ ସ୍ଥାନରୁ ୮୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରାୟ ୩ କୋଟି ଟଙ୍କା  ମନ୍ଦିରକୁ ଦାନ କରିଛନ୍ତି।

ମନ୍ଦିରର ଲୋକ ସଂପର୍କ ଅଧିକାରୀ ପି ନୀଳିମା କହିଛନ୍ତି ଯେ ନୂଆ ବର୍ଷରେ ଶ୍ରଦ୍ଧାଳୁମାନେ ଭେଙ୍କଟେଶ୍ୱର ମନ୍ଦିରରେ ସୁନା ଓ ଅନ୍ୟ ପ୍ରକାର ଭେଟି ଚଢ଼ାଇବା ବ୍ୟତୀତ ପ୍ରାୟ ୩ କୋଟି ଟଙ୍କା ଦାନ କରିଛନ୍ତି।

ଗତକାଲି ଭଗବାନ ଭେଙ୍କଟେଶ୍ୱରଙ୍କୁ ହୀରାର ଆଭୂଷଣରେ ସଜା ଯାଇଥିଲା।

ମନ୍ଦିର ପକ୍ଷରୁ କୁହାଯାଇଛି ଯେ ପ୍ରଥମ ଥର ପାଇଁ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସୁପାରିଶକୁ ଗ୍ରହଣ କରାଯାଇ ନ ଥିଲା। କେବଳ ପ୍ରୋଟୋକଲରେ ଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।