ପ୍ରଫେସରଙ୍କୁ ନିସ୍ତୁକ ମାଡ଼ ମାରିଲେ ଟିଏମସି ସମର୍ଥିତ ଛାତ୍ର

କୋଲକାତା: ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ ଥିବା ଏକ କଲେଜର ପ୍ରଫେସରଙ୍କୁ ତୃଣମୂଳ ଛାତ୍ର ପରିଷଦର ସଦସ୍ୟମାନେ ନିସ୍ତୁକ ମାଡ଼ ମାରିଛନ୍ତି। ଟିଏମସି ସମର୍ଥିତ ଏହି ଛାତ୍ରମାନେ ଆଜି କଲେଜର ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ‘ମମତା ବାନାର୍ଜୀ ଜିନ୍ଦାବାଦ’ ଓ ‘ଟିଏମସି ଜିନ୍ଦାବାଦ’ ନାରା ଲଗାଇବାକୁ ବାଧ୍ୟ କରିଥିଲେ।

ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଥିଲା। ଏଥିରେ ନବଗ୍ରାମ ହିରାଲାଲ ପଲ କଲେଜର ପ୍ରଫେସର ସୁବ୍ରତ ଚଟ୍ଟୋପାଧ୍ୟୟ ହସ୍ତକ୍ଷେପ କରିଥିଲେ। ହେଲେ ଟିଏମସି ସମର୍ଥିତ ଛାତ୍ରମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିଲେ। ଏନେଇ ପ୍ରଫେସର ଜଣଙ୍କ ଉତ୍ତରପାରା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, “ମୋ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି। ହେଲେ ମୋତେ ଆକ୍ରମଣ କରିଥିବା ପିଲାଙ୍କ ନାଁ ମୁଁ ନେବିନାହିଁ। କାରଣ ମୁଁ ଯଦି କାହା ନାଁ ନେବି, ତା’ହେଲେ ମୁଁ ଆଉ କଲେଜ କ୍ୟାମ୍ପସରେ ପାଦ ରଖିପାରିବି ନାହିଁ।”