ଟିଏମ୍‌ସି ସାଂସଦଙ୍କ ‘ମୋଦି ହଟାଓ ଦେଶ ବଞ୍ଚାଅ’ ନାରା

ନୂଆଦିଲ୍ଲୀ:  ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦମାନେ ଆଜି ସାଉଥ ଆଭିନ୍ୟୁ ପାର୍ଟି ଅଫିସରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ‘ମୋଦି ହଟାଓ ଦେଶ ବଞ୍ଚାଅ’  ସ୍ଲୋଗାନ ଦେଇଛନ୍ତି।

ସେମାନେ କହିଛନ୍ତି ‘‘ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ସିବିଆଇ ଗିରଫ କରିଛି, ଏହା ଠିକ୍‌ ନୁହେଁ। ଏହି ସବୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ କରାଯାଉଛି। ସେଥିପାଇଁ ମୋଦି ସରକାରଙ୍କୁ ହଟାଯାଇ ଦେଶ ବଞ୍ଚାଯାଉ।”

ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତି ପରେ ତୃଣମୂଳ କଂଗ୍ରେସ ଓ  କେନ୍ଦ୍ର ସରକାର ମଧ୍ୟରେ  ବିବାଦ ଉଗ୍ର ରୂପ ନେଇଛି।

ଆଜି  ସକାଳେ ତୃଣମୂଳ କଂଗ୍ରେସ ସାଂସଦମାନଙ୍କର ଏକ ବୈଠକ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟାଳୟରେ ତୃଣମୂଳ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଏଥିରେ ନିଷ୍ପତ୍ତି ହୋଇଥିଲା।