କେଉଁ ଦେଶର ଶାସକଙ୍କୁ ‘ପାଗଳ’ କହିଲେ ଆମେରିକା ରାଷ୍ଟ୍ରପତି? କେଉଁଠି ଓ କେମିତି କହିଲେ ପଢ଼ନ୍ତୁ

ୱାଶିଂଟନ: ବିବାଦୀୟ ବକ୍ତବ୍ୟକୁ ନେଇ ଚର୍ଚ୍ଚାରେ ରହୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆସିଛନ୍ତି ଚର୍ଚ୍ଚାର ପରିସରକୁ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗଙ୍କୁ ଜଣେ ‘ପାଗଳ ବ୍ୟକ୍ତି’ ବୋଲି କହିଥିବା ଜଣାପଡ଼ିଛି। ଗତମାସରେ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ  ଦୁତେତ୍ରେଙ୍କ  ସହ ଟେଲିଫୋନ୍‌ରେ କଥା ହେବା ବେଳେ ସେ ଏ କଥା କହିଥିଲେ। କିମ୍ ଜୋଙ୍ଗଙ୍କ ଉଦ୍ଦେଶ୍ୟରେ ସେ ‘ପରମାଣୁ ଶକ୍ତି ସଂପନ୍ନ ପାଗଳ ବ୍ୟକ୍ତି ଯିଏ ହାରିବାକୁ ପସନ୍ଦ କରେ ନାହିଁ’ ବୋଲି କହିଥିଲେ। ଫିଲିପାଇନ୍‌ସରୁ ଲିକ୍ ହୋଇଥିବା ଏକ ଦସ୍ତାବିଜ୍‌ର ନକଲରୁ ଏହା ଜଣାପଡ଼ିଛି।

ବିଶ୍ୱ ସମୁଦାୟକୁ ଅଣଦେଖା କରି ଉତ୍ତର କୋରିଆ ଗୋଟିଏ ପରେ ଗୋଟିଏ ପରମାଣୁ ବୋମା ଓ କ୍ଷେପଣାସ୍ତ୍ର ପରୀକ୍ଷା କରୁଥିବା ବେଳେ ଚୀନର ହସ୍ତକ୍ଷେପ ପରେ ଆମେରିକା ସହିତ କଥାବାର୍ତ୍ତା କରିବାକୁ ଏବେ ଏକପ୍ରକାର ରାଜି ହୋଇଛି ଉତ୍ତର କୋରିଆ। ପୂର୍ବରୁ ଏହା ଆବଶ୍ୟକ ପଡ଼ିଲେ ଆମେରିକା ଉପରେ ଆକ୍ରମଣ କରିବାକୁ ମଧ୍ୟ ଧମକ ଦେଇଥିଲା। ଆମେରିକା ମଧ୍ୟ ଉତ୍ତର କୋରିଆକୁ ଚାରିଆଡୁ ଘେରି ରହିଛି।

ସୌଜନ୍ୟ- ନବ୍‌ଭାରତ ଟାଇମ୍ସ