ହନିପ୍ରୀତଙ୍କ ଲୁଚକାଳି ଶେଷ: ଆଜି କରିପାରନ୍ତି ଆତ୍ମସମର୍ପଣ

ନୂଆଦିଲ୍ଲୀ: ଦୀର୍ଘଦିନର ଲୁଚକାଳି ପରେ ସାମ୍ନାକୁ ଆସିଛନ୍ତି ବାବା ରାମ ରହିମଙ୍କ ତଥାକଥିତ ପାଳିତ କନ୍ୟା ହନିପ୍ରୀତ। ଆଜି ସେ ଆତ୍ମସମର୍ପଣ କରିବା ନେଇ ଏକ ଜାତୀୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି।

ରାମ ରହିମ ଗିରଫ ହେବା ପରେ ଫେରାର ହୋଇଯାଇଥିଲେ ହନିପ୍ରୀତ। ବାବାଙ୍କ ବେଶ୍ ନିକଟତମ କୁହାଯାଉଥିବା ହନିପ୍ରୀତ ବହୁ ସମୟ ଧରି ପୋଲିସ ସହ ଲୁଚକାଳି ଖେଳିବା ପରେ ଆଜି ଗଣମାଧ୍ୟମକୁ ସାମ୍ନା କରିଛନ୍ତି। ହନିପ୍ରୀତଙ୍କ ସନ୍ଧାନରେ ପୋଲିସ ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ସମେତ ନେପାଳରେ ସର୍ଚ୍ଚ ଜାରି କରିଥିଲା। ଏହାସହ ଲୁକ୍ ଆଉଟ ନୋଟିସ୍ ବି ଜାରି କରିଥିଲା ପୋଲିସ। ଗତ ସପ୍ତାହ ଦିଲ୍ଲୀ ହାଇକୋର୍ଟରେ ହନିପ୍ରୀତଙ୍କ ଆଗୁଆା ଜାମିନ ଆବେଦନ ଖାରଜ ହୋଇଯାଇଥିଲା।