ଆଜି ଏମ୍‌ଜିଆରଙ୍କ ଜନ୍ମ ଶତବାର୍ଷିକୀ

ଚେନ୍ନାଇ: ତାମିଲନାଡ଼ୁ ଆଜି ତା’ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଆଇଏଡିଏମ୍‌କେର ପ୍ରତିଷ୍ଠାତା ଏମ୍‌.ଜି. ରାମଚନ୍ଦ୍ରନ୍‌ଙ୍କ ୧୦୦ତମ ଜନ୍ମ ଦିବସ ପାଳନ କରୁଛି। ଏଥିପାଇଁ ମାରିନା ବିଚ୍‌ରେ ଥିବା ତାଙ୍କର ସ୍ମୃତିପୀଠରେ ଶତାଧିକ ଲୋକଙ୍କ ଭିଡ଼ ଜମି ଥିଲା। ଏଆଇଏଡିଏମକେର କର୍ମକର୍ତ୍ତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ୱର୍ଗତ ଜୟଲଳିତାଙ୍କ ଝିଆରୀ ଦୀପା ଜୟକୁମାର ମଧ୍ୟ ତାଙ୍କ ସମର୍ଥକଙ୍କ ସହିତ ଆସି ଏମ୍‌ଜିଆର୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ତାମିଲନାଡୁ ସରକାର ଆଜି ରାଜ୍ୟରେ ଛୁଟି ଘୋଷଣା କରିଛନ୍ତି।

ଅଭିନେତାରୁ ରାଜନେତା ବନି ଥିବା ଏମ୍‌ଜିଆର୍‌ଙ୍କର ଡିଏମ୍‌କେ ମୁଖ୍ୟ ଏମ୍‌.କରୁଣାନିଧିଙ୍କ ସହ ମତାନ୍ତର ହୋଇଥିଲା। ଏହା ପରେ ୧୯୭୨ରେ ସେ ଏଆଇଏଡିଏମ୍‌କେ ଗଠନ କରିଥିଲେ।

ସେ ୧୯୭୭ ରୁ ୧୯୮୦ ଏବଂ ୧୯୮୦ରୁ ୧୯୮୭ ପର୍ଯ୍ୟନ୍ତ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ରହିଥିଲେ। ଏମ୍‌ଜିଆର ୧୯୧୭ ମସିହା ଜାନୁଆରୀ ୧୭ ତାରିଖରେ ଶ୍ରୀଲଙ୍କାର କାଣ୍ଡିରେ ଜନ୍ମ ଗ୍ରହଣ କରିଥିଲେ।