ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ: ଆଜି ବସିବ ବିରୋଧୀ ଦଳ ବୈଠକ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଘୋଷଣା ସମ୍ପର୍କରେ ଆଜି ବିରୋଧୀ ଦଳର ବୈଠକ ବସିବ।  ଏଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଅଧ୍ୟକ୍ଷତା କରିବେ। ବୈଠକ ପୂର୍ବରୁ ବିରୋଧୀଙ୍କ ମେଳିକୁ ଶକ୍ତ ଧକ୍କା ଲାଗିଛି।  ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଜନତାଦଳ ୟୁନାଇଟେଡ୍ ସମର୍ଥନ କରିବ ବୋଲି ଦଳ କହିଛି।  ରାମନାଥ କୋବିନ୍ଦ ବିହାର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦଳ ତାଙ୍କୁ ସମର୍ଥନ କରିବ ବୋଲି ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର କହିଛନ୍ତି।

ଜନତା ଦଳର ଏହି ନିଷ୍ପତ୍ତି ବିହାରରେ ସହଯୋଗୀ ରାଷ୍ଟ୍ରୀୟ ଜନତା ଦଳକୁ ଶକ୍ତ ଧକ୍କା ଲାଗିଛି।  ରାମନାଥଙ୍କୁ ସମର୍ଥନ ନ କରିବା ପାଇଁ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ମତ ଦେଇଥିଲେ।  ନୀତିଶଙ୍କ ସମର୍ଥନ ଘୋଷଣା ପରେ ମିଳିତ ରାଷ୍ଟ୍ରପତି ପ୍ରାର୍ଥୀ ଦେବାପାଇଁ ବିରୋଧୀଙ୍କ ଉଦ୍ୟମ ଦୁର୍ବଳ ହୋଇଛି।

ତେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ. ପାଲାନିସ୍ୱାମୀ ରାମନାଥ କୋବିନ୍ଦଙ୍କୁ ସମର୍ଥନ ଘୋଷଣା କରିଛନ୍ତି।  ବାମଦଳ କିନ୍ତୁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ କରିବ ବୋଲି କହିଛି।