ଆଜି ମହାକାଶକୁ ଯିବ ନେଭିଗେସନ୍ ସାଟେଲାଇଟ୍

ହାଇଦ୍ରାବାଦ,(ଓଡ଼ିଶା ରିପୋର୍ଟର): ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ୱନ ଲଞ୍ଚ୍ ଷ୍ଟେସନରୁ ଆଜି ଦେଶର ଅଷ୍ଟମ ନେଭିଗେସନ୍ ସାଟେଲାଇଟ୍- IRNSS-1H ଉତ୍‌କ୍ଷେପଣ କରାଯିବ । ଆଜି ସଂଧ୍ୟା ୭ଟାରେ ୧୪ଶହ ୨୫ କିଲୋଗ୍ରାମ୍ ଓଜନର ଏହି ସାଟେଲାଇଟ କୁ  PSLV-XL ରକେଟ୍  ସାହାଯ୍ୟରେ ମହାକାଶକୁ ପଠାଯିବ । ଇଣ୍ଡିଆନ  ରିଜିଓନାଲ୍ ନାଭିଗେସନ୍ ସାଟେଲାଇଟ୍ ସିଷ୍ଟମର ଏହା ଏକ ଅଂଶବିଶେଷ ହୋଇଥିବା ଏହି ଉପଗ୍ରହ IRNSS-1Aର ସ୍ଥାନ ନେବ ।

ଆମେରିକାର GPS ସହ ଏହା ସମକକ୍ଷ। ୧୪ଶହ ୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସାଟେଲାଇଟ୍, ଜାହାଜ ଚଳାଚଳ, ଭୂପୃଷ୍ଠ ପରିବହନ ଓ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସହାୟକ ହେବ। ସେହିପରି ସମୁଦ୍ରରେ ଅନ୍ତର୍ଜାତୀୟ ଜଳସୀମା ଚିହ୍ନଟରେ  ମଧ୍ୟ ଏହା ଧୀବରମାନଙ୍କୁ ସାହାଯ୍ୟ କରିବ। ପ୍ରଥମ ଥର ଲାଗି ଏକ ଘରୋଇ ସଂସ୍ଥାନ ପକ୍ଷରୁ  ଏଭଳି ଏକ କୃତ୍ରିମ ଉପଗ୍ରହ ତିଆରି କରାଯାଇଛି।