ଆସନ୍ତାକାଲିଠାରୁ ସଂସଦର ବଜେଟ୍‌ ଅଧିବେଶନ

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ଅଭିଭାଷଣରୁ ଏହି ଅଧିବେଶନ ଆରମ୍ଭ ହେବ। ସେଣ୍ଟ୍ରାଲ ହଲ୍‌ରେ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ଉଦବୋଧନ ଦେବେ। ବୁଧବାର ସାଧାରଣ ବଜେଟ୍‌ ଆଗତ ହେବ। ସେହି ଦିନ ଅର୍ଥନୈତିକ ସର୍ଭେ ରିପୋର୍ଟ ମଧ୍ୟ ଉପସ୍ଥାପନ କରାଯିବ। ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ୯ତାରିଖରେ ସରିବ। ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ।

ବିମୁଦ୍ରାକରଣକୁ ଜୋରଦାର ବିରୋଧ କରିଥିବା ତୃଣମୂଳ କଂଗ୍ରେସ ଏଥର  ବଜେଟ ଅଧିବାଶନରେ ଭାଗ ନେବ ନାହିଁ ବୋଲି ଜଣାପଡ଼ିଛି।