ଆସନ୍ତାକାଲି ଭାରତ ବନ୍ଦ ଡାକରା:  ଆଲର୍ଟ ରହିବାକୁ ଗୃହ ମନ୍ତ୍ରଣାଳୟ ଜାରି କଲା ଆଡ଼ଭାଇଜରି

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶରେ କେତେକ ସଂଗଠନ ବନ୍ଦ ଡାକରା  ଦେଇଛନ୍ତି।   ଜାତିଗତ ସଂରକ୍ଷଣକୁ ବିରୋଧ କରି ଏହି ବନ୍ଦ  କରାଯାଉଥିବା ସୋସିଆଲ ମିଡିଆରେ କୁହାଯାଇଛି। ଏହାକୁ ଦେଖି  ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସବୁ ରାଜ୍ୟକୁ ଆଡଭାଇଜରି ଜାରି  କରିଛି କେନ୍ଦ୍ର ଗୃହମନ୍ତ୍ରାଳୟ। ସୁରକ୍ଷା ବଢ଼ାଇବା ସହିତ କୌଣସି  ପ୍ରକାର ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜେ, ସେଥିପ୍ରତି  ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ କୁହାଯାଇଛି। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବ୍ୟକ୍ତିଗତ ଭାବେ ଦାୟୀ  କରାଯିବ ବୋଲି ସ୍ପଷ୍ଟ ଭାବେ କହିଛି ଗୃହ ମନ୍ତ୍ରଣାଳୟ।

ସୂଚନା ଅନୁଯାୟୀ ଏପ୍ରିଲ ୨ ତାରିଖରେ ୧୧ଟି ଦଳିତ ସଙ୍ଗଠନ ପକ୍ଷରୁ ବନ୍ଦ ଡାକର ଦିଆଯାଇଥିଲା।  ତେବେ ବନ୍ଦ ବେଳେ ବିଭିନ୍ନ ସ୍ଥାନରେ ହିଂସା ଉପୁଜିଥିଲା। ଏଥିରେ ମଧ୍ୟପ୍ରଦେଶର ୮ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଭୋପାଳରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଥିଲା।  ବିଶେଷକରି ମଧ୍ୟପ୍ରଦେଶରେ ଅଧିକ ହିଂସାକାଣ୍ଡ ଘଟିଥିଲା। ତେବେ ଏହି ଘଟଣାକୁ ନେଇ ଦେଶବ୍ୟାପୀ ଏକ ଅସ୍ଥିରତା ସୃଷ୍ଟି ହେବା ସହ ଏହାକୁ ବିରୋଧ କରି ଅନ୍ୟ ଏକ ଗୋଷ୍ଠୀ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ତେବେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି।