ନିର୍ବାଚନ ପରେ ନିଖୋଜ ଥିବା ତେଜସ୍ୱୀ ଯାଦବ କଲେ ଟ୍ୱିଟ୍

ପାଟନା: ଲୋକସଭା ନିର୍ବାଚନରେ ପରାଜୟ ପରେ ‘ନିଖୋଜ’ ଥିବା ବିହାରର ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ନେତା ତେଜସ୍ୱୀ ଯାଦବ ଆଜି ନିଜର ଉପସ୍ଥିତିକୁ ନେଇ ଟ୍ୱିଟ୍ କରିଛନ୍ତି। ତାଙ୍କର ଆଣ୍ଠୁରେ ସମସ୍ୟା ଥିବାରୁ ସେ ଚିକିତ୍ସିତ ହେଉଥିଲେ। ନିକଟରେ ବିହାରରେ ଏଇଏସ ରୋଗରେ ଶତାଧିକ ଛୋଟଛୁଆଙ୍କର ମୃତ୍ୟୁ ହୋଇଥିଲା। ଏହା ସତ୍ତ୍ୱେ ବିରୋଧୀ ଦଳର ନେତା ଭାବରେ ତେଜସ୍ୱୀଙ୍କୁ ଦେଖିବାକୁ ମିଳିନଥିଲା। ପରେ ଜେଲରେ ସଜା କାଟୁଥିବା ଲାଲୁ ଯାଦବଙ୍କ ପୁଅ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଥିଲେ ।

କିନ୍ତୁ ଆଜି ତେଜସ୍ୱୀ ଟ୍ୱିଟ କରି ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଦଳ ଚଳିତ ଲୋକସଭା ନିର୍ବାଚନରେ ମୂଳପୋଛ ହୋଇଯାଇଛି। ଏହାର ଅର୍ଥ ନୁହେଁ ଯେ ଦଳ ଲୋକଙ୍କ ସହିତ ନାହିଁ। ଆଗାମୀ ଦିନରେ ତାଙ୍କ ଦଳ ଲୋକଙ୍କ ପ୍ରସଙ୍ଗକୁ ନେଇ ଲଢ଼େଇ କରିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ବିହାରରେ ୨୯ ବର୍ଷର ପୁରୁଣା ଦଳ ଆରଜେଡି ୧୯୯୭ ପରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ କୌଣସି ଗୋଟିଏ ଆସନରେ ବି ବିଜୟୀ ହୋଇନାହିଁ।