ଜୀବନ ମୃତ୍ୟୁ ଭିତରେ ୨୩ ସେକେଣ୍ଡର ବ୍ୟବଧାନ: ସାବାସ୍‌ ଟ୍ରାଫିକ ଭାଇ

ସରକାରୀ ପଦବୀରେ ରହି ଅନେକ ଲୋକ ନିଜର କର୍ତ୍ତବ୍ୟ ଭୁଲି ଯାଉଛନ୍ତି। ନିଜ ପଦର ଦୁରୁପୋଯୋଗ କରି ଲୋକଙ୍କ ସମ୍ମୁଖରେ ନିଜ ପେସାକୁ ଲଜ୍ଜିତ କରୁଛନ୍ତି। କିନ୍ତୁ ଏମିତି କିଛି ମହାନ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ନିଷ୍ଠା ଓ କର୍ତ୍ତବ୍ୟ ପରାୟଣା କାର୍ଯ୍ୟ ଦେଖିଲେ ସାଲ୍ୟୁଟ୍‌  ମାରିବାକୁ ଇଚ୍ଛା ହେବ। ଆମେ କହୁଛୁ ଚୀନର ଜଣେ ଟ୍ରାଫିକ ପୋଲିସଙ୍କ କଥା। ଚୀନ୍‌ର ଏହି ଟ୍ରାଫିକ୍‌ ପୋଲିସ ନିଜ ଜୀବନକୁ ପାଣି ଛଡାଇ ବଞ୍ଚାଇଛନ୍ତି ଏକ ଶିୁଶୁର ଜୀବନ।

ଚୀନ୍‌ର ଗୁଇଜିହଓ ଅଞ୍ଚଳର ଏକ ଟ୍ରାଫିକ ଛକରେ ଘଟିଛି ଏହି ଘଟଣା। ରାସ୍ତାର ଡାହାଣ ପଟୁ ଜଣେ ମହିଳା ତାଙ୍କ ସ୍କୁଟି ଛିଡା କରିବା ମାତ୍ରେ ତାଙ୍କ ଛୋଟ ଛୁଆଟି ଗାଡିରୁ ବାହାରି ରାସ୍ତାର ବାମପଟ ଆଡକୁ ହଠାତ ଦୌଡିବାକୁ ଲାଗିଲା। ଏହା ଦେଖି ସେଠାରେ ଡ୍ୟୁଟି କରୁଥିବା ଟ୍ରାଫିକ ପୋଲିସ ସଙ୍ଗେ ସଙ୍ଗେ ପିଲାଟିକୁ ବଞ୍ଚାଇବା ପାଇଁ ଚଳନ୍ତା କାରକୁ ପାର ହୋଇ ପିଲାଟିକୁ କୋଳାଇ ନେଲେ। ଏହି ଘଟଣଶ ମଧ୍ୟରେ ମସୟ ଥିଲା ମାତ୍ର ୨୩ ସେକେଣ୍ଡ। ଯାହା ସିସିଟିଭିରେ ରେକର୍ଡ ହୋଇଥିଲା। ଏହା ଟ୍ୱିଟର ବାଏ ପିପୁଲ୍ସ ଡେଲି ଚାଇନାରେ ଅପଲୋଡ ହେବା ପରେ ଭାଇରାଲ ହେବାରେ ଲାଗିଛି। ଏହାସହ ସମ୍ପୃକ୍ତ ଟ୍ରାଫିକ୍‌ ପୋଲିସଙ୍କୁ ଚାରିଆଉ ପ୍ରଶଂସା କରାଯାଉଛି।